Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର ଶୋଭାକୁ ଦ୍ବିଗୁଣିତ କରିବ ଏହି ସ୍ବତନ୍ତ୍ର ଡଙ୍ଗା

ଭୁବନେଶ୍ୱର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଅତି ଶ୍ରଦ୍ଧାର ସହ ପାଳନ କରାଯାଏ । ଶ୍ରଦ୍ଧାଳୁ ମାନେ ବଢି ଭୋରୁ ଉଠି ନିଜ ନିଜ ବୋଇତକୁ ପାନ ଗୁଆରେ ସଜାଇ ଭସାଇଦିଅନ୍ତି । କୁହାଯାଏ ପବିତ୍ର କାର୍ତିକମାସର ଶେଷ ଦିନରେ ଏହିଭଳି ବୋଇତ ଭାସାଇଲେ କୋଟି ଜନ୍ମର ପାପ ନାଶ ହୋଇଥାଏ ।

ତେବେ ଖାଲି ଗାଁ ଗହଳି ନୁହେଁ, ରାଜଧାନୀ ଭୁବନେଶ୍ବରରେ ମଧ୍ୟ ମାରିନାହିଁ ପରମ୍ପରା । ରାଜଧାନୀର ବିନ୍ଦୁ ସାଗରର ସମେତ ବିଭିନ୍ନ ପୁଷ୍କରିଣୀ କମ୍ପିବ ଥିବା ଆ-କା-ମା-ବୈ ଉଚ୍ଚାରଣରେ । ଜଳାଶୟ ଗୁଡିକ ପାଖରେ ଡଙ୍ଗା ଭସାଇବାକୁ ଜମିବ ଶ୍ରଦ୍ଧାଳୁଙ୍କ ସମାଗମ ।

ତେବେ ଏଥିପାଇଁ ବିନ୍ଦୁସାଗରର ସଫେଇ କାମ ଶେଷ ପର୍ଯ୍ୟାୟରେ ପହଁଚିଛି । ଆସନ୍ତାକାଲି ଭୋର ୩ଟାରୁ ବିନ୍ଦୁସାଗର କୂଳରେ ଭଜନ ସମାରୋହ ସହ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ।

ଏହି ସ୍ୱତନ୍ତ୍ର ଅବସର ପାଇଁ ଏକ ସ୍ୱତନ୍ତ୍ର ଡଙ୍ଗା ପ୍ରସ୍ତୁତ କରାଯାଇଛି। ଯାହା ଭୁବନେଶ୍ବର ସାଂସ୍କୁତିକ ପରିଷଦ ପକ୍ଷରୁ ତିଆରି କରାଯାଇଛି । ଏହି ଡଙ୍ଗାଟି ଦେଖିବାକୁ ଯେତିକି ବଡ ସେତିକି ଆକର୍ଷଣୀୟ ମଧ୍ୟ। ଏହାକୁ ନିର୍ମାଣ କରିଛନ୍ତି ଭୁବନେଶ୍ବର ନିବାସୀ ହୃଷିକେଶ ବେହେରା।

ଏହି ସ୍ବତନ୍ତ୍ର ଡଙ୍ଗାକୁ ପ୍ରସ୍ତୁତ କରିବା ପାଇଁ ହୃଷିକେଶଙ୍କୁ ପ୍ରାୟ ୮ଦିନ ସମୟ ଲାଗିଛି ଏହି ଡଙ୍ଗାରେ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରାଯାଇଛି। ପାଖାପାଖି ୮ ଫୁଟ ଉଚ୍ଚତାର ଏହି ଡଙ୍ଗାରେ ସୋଲ, ବାଉଁଶ, ରଙ୍ଗ, କଣ୍ଟା, କାଗଜ, ଝୁଡି, ପାଲ ଆଦିରେ ଅତି ନିଖୁଣ କାରୁକାର୍ଯ୍ୟ କରି ସେ ଏହି ସ୍ୱତନ୍ତ୍ର ଡ଼ଙ୍ଗା ପ୍ରସ୍ତୁତ କରିଛନ୍ତି । ଯାହା ବିନ୍ଧୁସାଗରର ଶୋଭାକୁ ଦ୍ବିଗୁଣିତ କରିବ।

ସେପଟେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଆସନ୍ତା କାଲି ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ଡଙ୍ଗା ଭସାଣ ପାଇଁ ଆସନ୍ତାକାଲି ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ବିନ୍ଦୁସାଗରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଭୋର ୩ଟାରୁ ସକାଳ ୧୦ଟା ଯାଏଁ ଲିଙ୍ଗରାଜଙ୍କ ସାହାଣମେଲା ଦର୍ଶନ କରିପାରିବେ।

Leave A Reply

Your email address will not be published.