Latest Odisha News

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ଦୁଇ ଆତଙ୍କୀ

କୁଲଗାମ୍: ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଏନକାଉଣ୍ଟରରେ ଟଳିଲେ ଦୁଇ ଜଣ ଆତଙ୍କୀ । ଆଜି ଭୋରରୁ କୁଲଗାମ ଜିଲ୍ଲାର ଚିନିଗମ୍ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛନ୍ତି । ପୋଲିସର ଜବାବୀ ହମଲାରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କର ପରିଚୟ ମିଳି ପାରି ନାହିଁ ।


କୁଲଗାମ୍ ଜିଲ୍ଲା ଚିନିଗମ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ପୋଲିସ ଓ ସୁରକ୍ଷାକର୍ମୀ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଘେରି ଦେଇଥିଲେ ସୁରକ୍ଷାବାହିନୀ । ଏହାପରେ ଉଭୟ ପକ୍ଷଙ୍କ ଭିତରେ ଚାଲିଥିଲା ଗୁଳି ବିନିମୟ ।

ଏନକାଉଣ୍ଟର ସ୍ଥଳରୁ ଜବତ ହୋଇଛି ଗୋଟିଏ ଏମ୍-4 ରାଇଫଲ୍ ଓ କିଛି ଗୁଳି । ଅପରେସନ୍ ଶେଷ ହୋଇଥିଲେ ବି  ଆଉ କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Comments are closed.