Latest Odisha News

BREAKING NEWS

କରୋନାରେ ପ୍ରାଣ ହରାଇଥିବା ୬୭ ଜଣ ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା

ନୂଆଦିଲ୍ଲୀ : କରୋନା ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା । ମହାମାରୀ କରୋନା ପ୍ରାଣ ହରାଇଥିବା ୬୭ ଜଣ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଯୋଜନା କରିଛି କେନ୍ଦ୍ର ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସଚିବ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାମ୍ବାଦିକ କଲ୍ୟାଣ ଯୋଜନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରସ୍ତାବରେ ୨୦୨୦-୨୧ ଆର୍ଥିକ ବର୍ଷରେ କରୋନାରେ ପ୍ରାଣ ହରାଇଥିବା ୨୬ ଜଣ ସାମ୍ବାଦିକଙ୍କ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । କେନ୍ଦ୍ର ସରକାର ମୃତ ସାମ୍ବାଦିକଙ୍କ ପରିବାରକୁ ଦେଉଥିବା ଆର୍ଥିକ ସହାୟତା ମିଶାଇବା ପରେ କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି ।

କମିଟି ପ୍ରତି ସପ୍ତାହରେ ସାମ୍ବାଦିକ କଲ୍ୟାଣ ଯୋଜନା ବୈଠକ କରି ଆର୍ଥିକ ସହାୟତା ପାଇଁ ଆବେଦନକାରୀଙ୍କ ଦସ୍ତଖତ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.