Latest Odisha News

ବ୍ରିଜ ଉପରେ ଗାଡି ରଖି ନଈକୁ ଡେଇଁ ପଡିଲେ ଦୁଇ ଯୁବତୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁସରା ଅଞ୍ଚଳର ତେଲ ନଦୀ ବ୍ରିଜରୁ ଦୁଇଜଣ ଯୁବତୀ ଗୁରୁବାର ଦିନ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ସକାଳେ ଦୁଇଜଣ ଯୁବତୀ ସ୍କୁଟି ଯୋଗେ ବ୍ରିଜ ଉପରେ ପହଞ୍ଚିଥିଲେ। ପରେ ସେମାନେ ଜୋତା ବାହାର କରି ବ୍ରିଜରୁ ତଳକୁ ଡେଇଁପଡିଥିଲେ।

ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଦୁଇ ମହିଳାଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରି ନାହିଁ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ନିଖୋଜ ଥିବା ଏହି ଦୁଇ ଯୁବତୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଦୁଇ ଝିଅ ଅଟନ୍ତି।

Leave A Reply

Your email address will not be published.