Latest Odisha News

BREAKING NEWS

ନୀତିଶଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଉଡିଗଲା ମଞ୍ଚ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବିହାର ବିଧାନସଭା ନିର୍ବାଚନ । ଏଥିପାଇଁ ସବୁ ଦଳର ପ୍ରାର୍ଥୀ ଆରମ୍ଭ କରିଦେଲେଣି ଜୋରସୋର ପ୍ରଚାର। ନେତା ମନ୍ତ୍ରୀମାନେ ନିଜ ନିଜ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥନରେ ଓହ୍ଲାଇ ପ୍ରଚାର କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଜେଡିୟୁ ଆଶାୟୀଙ୍କ ସମର୍ଥନରେ ଜନସଭା କରିବାକୁ ବାହାରିଥିଲେ । ମୁଙ୍ଗେର ଜିଲ୍ଳାରେ ଥିଲା ତାଙ୍କର ଜନସଭା  । ହେଲେ ନୀତିଶଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଜନସଭା ପୂର୍ବରୁ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ପ୍ରବଳ ପବନ ଯୋଗୁଁ ଉଡି ଯାଇଥିଲା ପେଣ୍ଡାଲ । ସବୁକିଛି ଛିନ୍‌ଛତ୍ର ହୋଇଯାଇଥିଲା । ଫଳରେ ଜନସଭା ପାଇଁ ଏକାଠି ହୋଇଥିବା ଲୋକେ ଭୟରେ ଏପଟ ସେପଟ ଦୌଡିଥିଲେ । ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ୍ କର୍ମଚାରୀ ଯେକୌଣସି ମତେ ଏହି ପରିସ୍ଥିତିକୁ କାବୁ କରିଥିଲେ ।

୨୦୨୦ ବିହାର ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ବାଚନୀ ସଭା ଆରମ୍ଭ ହୋଇ ସାରିଛି। ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଙ୍ଗେର ଜିଲ୍ଲାର ତାରାପୁର ବିଧାନସଭା ଆସନରୁ ଜେଡିୟୁ ଆଶାୟୀ ମେୱାଲାଲ ଚୌଧୁରୀଙ୍କ ସପକ୍ଷରେ ନିର୍ବାଚନୀ ଜନସଭା କରିବାକୁ ପହଞ୍ଚିଥିଲେ।

Leave A Reply

Your email address will not be published.