Latest Odisha News

୨୦ ଫୁଟ୍ ଗଭୀର ବୋରୱେଲ ଭିତରେ ଫସିଛି ଦୁଇ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ବେଙ୍ଗାଲୁରୁ: ପୁଣି ମୁକୁଳା ବୋରଓ୍ବେଲରେ ଖସିପଡିଲା ଶିଶୁ । ଘର ବାହାରେ ଖେଳୁଥିବା ସମୟରେ ନିକଟରେ ଥିବା ଏକ ୨୦ ଫୁଟ୍ ର ବୋରୱେଲରେ ପଡ଼ିଯାଇଛି ଦୁଇ ବର୍ଷର ଶିଶୁ । ପିଲାଟିକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏଭଳି ଦୁଃଖଦ ଘଟଣା ଘଟିଛି ର୍ଣ୍ଣାଟକାର ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ।

ଶିଶୁକୁ ବୋରୱେଲ ମଧ୍ୟରୁ ସୁରକ୍ଷିତ ଉଦ୍ଧାର ପାଇଁ ଗତକାଲି ସନ୍ଧ୍ୟା ସମୟରୁ ଏହି ଅପରେସନ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀ, ରାଜସ୍ୱଅଧିକାରୀ, ଅଗ୍ନିଶମ ବାହିନୀ, ଆପାତ୍ତକାଳୀନ ସେବା ଅଧିକାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ବୋରୱେଲ ମଧ୍ୟକୁ କ୍ୟାମେରା ପଠାଇ ଶିଶୁର ସ୍ୱାସ୍ଥାବସ୍ଥା ଉପରେ ନଜର ରଖାଯାଉଛି । ପାଇପ୍ ଯୋଗେ ଶିଶୁଟିକୁ ଅକ୍ସିଜେନ ଓ ଖାଦ୍ୟ ଯୋଗାଇ ଦିଆଯାଉଛି । ଶିଶୁର ସ୍ୱାସ୍ଥାବସ୍ଥା ଯାଞ୍ଚ ପାଇଁ ମେଡିକାଲ ଟିମ୍ ଘଟଣାସ୍ଥରେ ଉପସ୍ଥିତ ରହିବା ସହ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରହିଛି ।

ଶିଶୁପୁତ୍ରକୁ ବାହାର କରିବାରୁ ବୋରୱେଲ ପାର୍ଶ୍ବରେ ଏକ ୫ ଫୁଟ୍ ର ସୁଡଙ୍ଗ ଖୋଳା ଯାଉଛି । ଏଯାଏଁ ୩ ଫୁଟ୍ ପର୍ଯ୍ୟନ୍ତ ଖୋଳା ସରିଥିବା ବେଳେ ଏହି କାର୍ଯ୍ୟ ଜାରି ରହିଛି । ତେବେ ୧୨ ଘଣ୍ଟାରୁ ଅଧିକ ସମୟ ହେଲାଣି ଶିଶୁଟି ଫସି ରହିଥିବା ବେଳେ ତାକୁ ଉଦ୍ଧାର କରାଯାଇ ପାରିନାହିଁ ।

Leave A Reply

Your email address will not be published.