Latest Odisha News

BREAKING NEWS

ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ ଯୁବକ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ନିକଟରେ ଫୁଟିଲା ଗୁଳି । ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ହୋଇଥିବା ଦୁଇ ଯୁବକଙ୍କ ପରିଚୟ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ସୁନୀଲ ରତ୍ନାକର ଓ ବିକ୍ରମ ଟଣ୍ଡନ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳେ ସୁନୀଲ ଓ ବିକ୍ରମ କୌଣସି କାମରେ ଯାଉଥିବା ବେଳେ ବଡଗାଁ-କୁତ୍ରା ରାସ୍ତା ନିକଟରେ କିଛି ଦୁର୍ବୃତ୍ତ ଆସି ହଠାତ୍ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିଲେ । ଜଣକ ଗୋଡରେ ଗୁଳି ବାଜିଥିବା ବେଳେ ଆଉ ଜଣଙ୍କର ମୁଣ୍ଡ ଓ ଛାତିରେ ଗୁଳି ବାଜିଛି । ଏହାପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଏହାପରେ ଡାକ୍ତର ସେମାନଙ୍କ ଶରୀରରୁ ଗୁଳି ବାହାର କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ସୁନ୍ଦରଗଡ଼ ଟାଉନ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଏହାପରେ ସେମାନଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଛି । ତେବେ କିଏ ଓ କାହିଁକି ଏହି ଗୁଳିକାଣ୍ଡ ଘଟାଇଲା ତାହାର କାରଣ ଅସ୍ପଷ୍ଟ ରହିଛି । ସୁନୀଲ ରତ୍ନାକର ଓ ବିକ୍ରମ ଟଣ୍ଡନ ମଧ୍ୟ ଏହି ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ।

Leave A Reply

Your email address will not be published.