Latest Odisha News

BREAKING NEWS

ଘର ଭିତରେ ଜଳିଗଲେ ମହିଳା, ସ୍ବାମୀ ଫେରାର

ବାଲେଶ୍ବର:  ବନ୍ଦ ଘରେ ଜଳିଗଲେ ମହିଳା । ଚିତ୍କାର ଶୁଣି ରକ୍ଷା କରିବାକୁ ଗାଁ ଲୋକ ପହଞ୍ଚିବା ବେଳକୁ ମହିଳା ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ଗାଁରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଅର୍ଚ୍ଚନା ବେହେରା । ତାଙ୍କୁ ୨୮ ବର୍ଷ । ୧୨ ବର୍ଷ ତଳେ ରସଲପୁର ଗାଁର ଭାସ୍କର ବେହେରାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ମଧ୍ୟ ଅଛନ୍ତି ।

ସୂଚନା ଅନୁସାରେ ଦୁଇ ପୁଅ ସ୍କୁଲ ଯିବା ପରେ କୌଣସି କାରଣରୁ ଅର୍ଚ୍ଚନା-ଭାସ୍କରଙ୍କ ମଧ୍ୟର ଝଗଡ଼ା ହୋଇଥିଲା । ପରେ ଅର୍ଚ୍ଚନାଙ୍କ ଘରୁ ଜୋରେ ଚିତ୍କାର ଶୁଭିଥିଲା । ପଡ଼ୋଶୀ ଦେଖିବା ବେଳକୁ ଅର୍ଚ୍ଚନାଙ୍କ ଦେହରେ ନିଆଁ ଲାଗିଥିଲା । ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ପଡ଼ୋଶୀ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ଘଟଣା ନେଇ ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦେଇଥିଲେ ପଡ଼ୋଶୀ। ହେଲେ ନିଆଁକୁ ଆୟତ କରିବା ବେଳକୁ ଅର୍ଚ୍ଚନାଙ୍କ ଜୀବନ ଦୀପ ଲିଭିଯାଇଥିଲା ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅର୍ଚ୍ଚନାଙ୍କ ସ୍ବାମୀ ଭାସ୍କର ଫେରାର ଥିବା ସୂଚନା ରହିଛି । ରାଗରେ ଅର୍ଚ୍ଚନା ନିଜେ ନିଜ ଦେହରେ ନିଆଁ ଲଗାଇଛନ୍ତି କି ତାଙ୍କ ସ୍ବାମୀ ଏଭଳି ଜଘନ୍ୟ କାଣ୍ଡ ଘଟାଇ କେଉଁଆଡେ ଫେରାର ହୋଇଛନ୍ତି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.