ବାଲେଶ୍ବର: ପୁଣି ବାଲେଶ୍ବରରେ ଫୁଟିଲା ଗୁଳି । ବିଳମ୍ବିତ ରାତିରେ ଗୁଳିମାଡ଼ରେ ୨ ଯୁବକ ଗୁରୁତର । ବାଲେଶ୍ବର ଜିଲ୍ଲାର ଅରଡ ବଜାରରେ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ମନୋଜ ସାହୁ ଏବଂ କାର୍ତ୍ତିକ ପ୍ରସାଦ। ଜଣକ ବାମ ହାତ ଓ ଆଉ ଜଣକ ପିଠିରେ ଗୁଳି ବାଜିଛି। ସହଦେଵ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ଗୁରୁତରଙ୍କୁ ଚିକିତ୍ସା ପାଇଁ ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ପ୍ରଥମେ ଜରୁରୀକାଳୀନ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ସେମାନଙ୍କ ଅବସ୍ଥା ଗମ୍ଭୀର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗୁଳିକାଣ୍ଡ ପଛରେ ବେଆଇନ ନିଶା କାରବାରରେ ଜଡିତ ଦୁଇଟି ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାର କାରଣ। । ସନ୍ଦେହ କରାଯାଉଛି ଯେ ଆକ୍ରମଣରେ ପ୍ରାୟତଃ ଶିକାର ପାଇଁ ବ୍ୟବହୃତ ଏକ ବନ୍ଧୁକ ବ୍ୟବହାର ହୋଇଥାଇପାରେ।