Latest Odisha News

BREAKING NEWS

ଅଜାଙ୍କ ଦଶାହ କର୍ମ ହେଲା କାଳ: ନଦୀରେ ବୁଡି ଦୁଇ ନାତି ମୃତ

ସୋର: ଅଜାଙ୍କ ଦଶାହରେ ସଲିଳ ସମାଧି  । ଦଶକର୍ମ ପରେ ଗାଧୋଇବାବେଳେ ବୁଡିଗଲେ ଦୁଇ ନାତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ । ମୃତକ ମାନେ କୁଲୁଆ ପାଢୀ ଏବଂ ଚନ୍ଦନ କର ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କର ଆଜି ଦଶାହ କର୍ମ ଥିଲା  । ଲଣ୍ଡା ହୋଇ ବାଗୁଡି ପଥରକଟା ଖାଦାନ ପାଣିରେ ଗାଧୋଉଥିବାବେଳେ କୌଣସି କାରଣବଶତଃ ଦୁଇଜଣଙ୍କର ଗୋଡ ଖସିଯାଇଥିଲା । ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତ କୁଲୁଆ ପାଢୀ ଯୁକ୍ତ ଦୁଇ ଏବଂ ଚନ୍ଦନ କର ଯୁକ୍ତ ତିନିରେ ପଢୁଥିବା ସୂଚନା ମିଳିଛି । ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.