Latest Odisha News

BREAKING NEWS

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ଭାରତ-ବାଂଲାଦେଶ ଫାଇନାଲ

ପୋଚେଫ୍ରୁଷ୍ଟ୍ରୁମ: ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୬ ଉଇକେଟରେ ହରାଇ ବାଂଲାଦେଶ ଫାଇନାଲରେ ପ୍ରବେଶ କରିଛି ।

ପୂର୍ବରୁ ପାକିସ୍ତାନ ପରାଜିତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଭାରତକୁ ବାଂଲାଦେଶ ଭେଟିବ । ୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ଉଇକେଟ ବିନିମୟରେ ୨୧୧ ରନ କରିଥିଲା । ବି.ହ୍ୱିଲର ଗ୍ରୀନୱେଲ ସର୍ବାଧିକ ୭୫ଞ୍ଚ ଏବଂ ନିକୋଲସ ଲିଣ୍ଡଷ୍ଟୋନ ୪୪ ରନ କରିଥିଲେ ।

ବାଂଲାଦେଶ ପକ୍ଷରୁ ଶରଫିଲ ଇସଲାମ ୩ଟି ଉଇକେଟ ନେଇଥିଲେ । ଜବାବରେ ବାଂଲାଦେଶ ୪୪.୧ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ମହମ୍ମୁଦାଲ ହାସନ ଜୟ ଶତକ(୧୦୦) ଏବଂ ତୋହ୍ୱିଦ ହ୍ରିଦୟ ୪୦ ରନ କରିଥିଲେ ।

Leave A Reply

Your email address will not be published.