Latest Odisha News

BREAKING NEWS

ନିର୍ଭୟା ମାମଲା: ଦେଶରେ ପୂର୍ବରୁ ବି ହୋଇସାରିଛି ଏକକାଳୀନ ୪ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ । ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଦୋଷୀଙ୍କୁ ତତ୍କାଳ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବ ନାହିଁ ବରଂ ଏକକାଳୀନ ଫାଶୀ ହିଁ ଦିଆଯିବ । କୋର୍ଟ ଦୋଷୀଙ୍କୁ ୭ଦିନ ଭିତରେ ସମସ୍ତ ଆଇନର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଡେଥ ୱାରେଣ୍ଟ ଜାରି କରିବା ପ୍ରକ୍ରିୟା ଆରମ୍ଭ ହେବ । ଯଦି ୪ଦୋଷୀଙ୍କୁ ଏକକାଳୀନ ଫାଶୀ ହୁଏ, ତେବେ ଏହା ଦେଶର ଦ୍ୱିତୀୟ ମାମଲା ହେବ । ଜାଣନ୍ତୁ ଏକକାଳୀନ ଫାଶୀ ଦିଆଯିବାର ଆଉ ଏକ ମାମଲା ବିଷୟରେ:-

ଏହା ପୂର୍ବରୁ ୧୯୮୩ରେ ପୁଣେରେ ଚାଂଚଲ୍ୟକର ଯୋଶୀ-ଅଭୟଙ୍କର ହତ୍ୟା ମାମଲାରେ ୪ ଦୋଷୀଙ୍କୁ ୟେରବଡା କେନ୍ଦ୍ରୀୟ ଜେଲରେ ଏକକାଳୀନ ଫାଶୀ ଦିଆଯାଇଥିଲା । ରାଜେନ୍ଦ୍ର ଜକ୍କଲ, ଦିଲ୍ଲୀପ ସୁତାର, ଶାନ୍ତାରାମ କହ୍ନୋଜୀ ଜଗତାପ ଓ ମୁନାୱର ହାରୁନ ଶାହକୁ ୨୫ ଅକ୍ଟୋବର ୧୯୮୩ ମସିହାରେ ଫାଶୀ ଦିଆଯାଇଥିଲା ।

ଯୋଶୀ-ଅଭୟଙ୍କର ସିଲସିଲେୱାର ହତ୍ୟା ମାମଲାରେ ସେମାନେ ଜାନୁୟାରୀ ୧୯୭୬ ଓ ମାର୍ଚ୍ଚ ୧୯୭୭ ମଧ୍ୟରେ ୧୦ଟି ହତ୍ୟା କରିଥିଲେ । ମାମଲାର ଦୋଷୀ ସୁଭାଷ ଚଣ୍ଡକ ସାକ୍ଷୀ ହୋଇଥିଲେ । ହତ୍ୟାକାରୀ ପୁଣେର କଳା ମହାବିଦ୍ୟାଳୟରେ ବାଣିଜ୍ୟିକ କଳାର ଛାତ୍ର ଥିଲେ । ସେମାନେ ସମସ୍ତେ ନିଶାଖୋର ଥିଲେ ଓ ଦୁଇ ଚକିଆ ବାହନର ଚାଳକଙ୍କ ଠାରୁ ଲୁଟ କରୁଥିଲେ ।

Leave A Reply

Your email address will not be published.