Latest Odisha News

BREAKING NEWS

ୟୁପି ପୋଲିସ ହେବ ହାଇଟେକ୍, ହେଲିକପ୍ଟର, ଡ୍ରୋନ ରଖିବ ଅପରାଧିଙ୍କ ଉପରେ ନଜର

ୟୁପି ପୋଲିସକୁ ଯୋଗୀ ଆଦିତ୍ୟନାଥ କରୁଛନ୍ତି ଆଧୁନିକୀକରଣ । ଆମେରିକା, ଇସ୍ରାଏଲ, ସିଙ୍ଗାପୁର ପୋଲିସ ପରି ହାଇଟେକ ହେବାକୁ ଯାଉଛି ୟୁପି ପୋଲିସ । ଏଥିପାଇଁ ଯୋଜନା କରୁଛନ୍ତି ଯୋଗୀ ସରକାର । ଏଥିରେ ପ୍ରଥମ ସହାୟତା ଇସ୍ରାଏଲ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଇସ୍ରାଏଲ, ସିଙ୍ଗାପୁର, ବ୍ରିଟେନ ପୋଲିସ ପରି ଆଧୁନିକ ଟେକ୍ନୋଲୋଜି ସହ ହତିଆର ବ୍ୟବହାର କରିବ ୟୁପି ପୋଲିସ । ପୋଲିସକୁ ହାଇଟେକ କରିବା ପାଇଁ ଏହି ସବୁ ଦେଶର ଟେକ୍ନୋଲୋଜି ବ୍ୟବହାର ହେବ ବୋଲି ଗତକାଲି ବୈଠକରେ ନିଷ୍ପତ୍ତି ହୋଇଛି । ଇସ୍ରାଏଲ ଆମ ସହ ସହଯୋଗ କରିବାକୁ ହାତ ବଢ଼ାଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି।

ବିଶେଷ କରି ଫୋରେନସିକ୍ ଲ୍ୟାବକୁ ମଜବୁତ କରିବାରେ ଇସ୍ରାଏଲ୍ ର ଭଲ ଅଭିଜ୍ଞତା ରହିଛି  ।  ଇସ୍ରାଏଲର ସହଯୋଗରେ ଦୁଇଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରାଯାଇଛି ବୋଲି ସିଏମ୍ କହିଛନ୍ତି  । ରାଜ୍ୟରେ ପ୍ରତିଷ୍ଠିତ ପ୍ରତିରକ୍ଷା ଶିଳ୍ପ କରିଡରରେ ଇସ୍ରାଏଲ୍  ପୁଞ୍ଜି ବିନିଯୋଗ କରୁଛି ।  ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଆଗ୍ରହୀ ଅଛନ୍ତି ଇସ୍ରାଏଲ କଂପାନି ।  ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜିରେ ଇସ୍ରାଏଲର ସବୁଠୁ ଭଲ ଅଭିଜ୍ଞତା ଅଛି  । ୟୁପି ପୋଲିସ ଏସବୁ ଆଗାମୀ ଦିନରେ ବ୍ୟବହାର କରିବାକୁ ଯାଉଛି  ।

ଏପରିକି ଇଂଲଣ୍ଡ , ଇସ୍ରାଏଲରେ ହେଲିକପ୍ଟର ଯେପରି ପୋଲିସ ପାଟ୍ରୋଲିଂରେ ବ୍ୟବହାର ହେଉଛି ୟୁପି ସରକାର ମଧ୍ୟ ପୋଲିସକୁ ହେଲିକପ୍ଟର ଯୋଗାଇବାକୁ ସମ୍ମତି ପ୍ରକାଶ କରିଛନ୍ତି । ଉତ୍ତର ପ୍ରଦେଶରେ ବିଗତ ଦିନରେ ହୋଇଥିବା ହିଂସାକୁ ଦୃଷ୍ଟିରେ ଏସବୁ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନ ଅଧିକ ସଚେତନ ହୋଇଛି । ପୋଲିସକୁ ସ୍ପଷ୍ଟ ନିର୍ଦ୍ଦେଶ ହୋଇଛି ଯେ, ଉପଦ୍ରବକାରୀ ଏବଂ ଆନ୍ଦୋଳନକାରୀଙ୍କୁ ଡ୍ରୋନ ଦ୍ବାରା ଚିହ୍ନଟ କରାଯିବ । ଅପରାଧୀଙ୍କ ପ୍ରତି କାର୍ଯ୍ୟକଳାପ ରେକର୍ଡିଂ ହେବ ।  ଅଭିଯୁକ୍ତମାନଙ୍କୁ ସଜହରେ ଛାଡ଼ି ଦିଆଯିବ ନାହିଁ ବୋଲି ବରିଷ୍ଠ ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି । ସବୁଠୁ ବଡ଼ କଥା ହେଲା ଯେଉଁମାନେ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବେ ସେମାନଙ୍କ ଘରେ ବୁଲଡୋଜର ଚାଲିବ ଏବଂ ସେମାନଙ୍କଠାରୁ କ୍ଷତିପୂରଣ ଆଦାୟ କରାଯିବ ।

 

Leave A Reply

Your email address will not be published.