Latest Odisha News

BREAKING NEWS

କମୁଛି ଆଦାନୀଙ୍କ ସମ୍ପତ୍ତି, ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଆଦାନୀଙ୍କ ନିଦ ହଜାଇ ଦେଇଛି । ଶୁକ୍ରବାର ସକାଳୁ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ ।

ସେୟାର ମାର୍କେଟରେ ଆଦାନୀଙ୍କୁ ବେଶୀ କ୍ଷତି ହୋଇଛି । ସେୟାର ଖସିବା ସହ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ କମୁଛି । ଫୋବର୍ସ ରିଅଲ୍ ଟାଇମ୍ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ, ବିଶ୍ୱର ଚତୁର୍ଥ ଧନୀ ତାଲିକାରେ ଥିବା ଆଦାନୀ ସପ୍ତନ ସ୍ଥାନକୁ ଖସି ଆସିଥିବା ବେଳେ ମୋଟ ସମ୍ପତ୍ତି ମୂଲ୍ୟ ୧୦୦.୪ ଅରବ ଡଲାର ରହିଛି ।

ଗତ ୨୪ ତାରିଖରେ ଆମେରିକାର ରିସର୍ଚ୍ଚ ସଂସ୍ଥା ହଣ୍ଡନବର୍ଗର ଏକ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପକୁ ଝଟକା ଲାଗିଛି । ଆଉ ଦିନରେ ଆଦାନୀ ଗ୍ରୁପର ମାର୍କେଟ୍ କ୍ୟାପ୍ ୨.୩୭ ଲକ୍ଷ କୋଟି ଟଙ୍କା କ୍ଷତି ସହିଲାଣି ।

ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ଲ୍ୟାରି ଏଲିସନଙ୍କୁ ଲାଭ ଦେଇଛି । ବିଶ୍ୱର ଟପ୍-୧୦ ଅରବପତି ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛନ୍ତି ଆମେରିକୀୟ ବ୍ୟବସାୟୀ ଲ୍ୟାରି ଏଲିସନ୍ । ଧନୀ ତାଲିକାର ପଞ୍ଚମ ସ୍ଥାନରେ ୱରେନ ବଫେଟ୍ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଅଛନ୍ତି ବିଲ୍ ଗେଟ୍ସ ।

ଆଦାନୀ ଗ୍ରୁପ୍ ହଣ୍ଡନବର୍ଗର ରିପୋର୍ଟକୁ ନିନ୍ଦା କରି କହିଛି, ଏହା ଏକ ଷଡ଼ଯନ୍ତ୍ର । ବିଦେଶୀ ନିବେଶକ ଓ ଲୋକଙ୍କୁ ଭ୍ରମିତ କରିବା ଲାଗି ଏଭଳି ରିପୋର୍ଟ ପ୍ରକାଶ କରାଯାଇଛି । ଆମେ ଆମେରିକା ଓ ଭାରତର ଆଇନକୁ ତର୍ଜମା କରୁଛୁ, ହଣ୍ଡନବର୍ଗ ବିରୋଧରେ ଆଇନର ଆଶ୍ରୟ ନେବୁ ।

Leave A Reply

Your email address will not be published.