Latest Odisha News

BREAKING NEWS

ଆସୁଛି ଆଣ୍ଟି କରୋନା ନାଜାଲ ସ୍ପ୍ରେ: ହ୍ୟୁମ୍ୟାନ୍‌ ଟ୍ରାଏଲ୍‌ ପାଇଁ ପ୍ରସ୍ତୁତି

ଓ୍ଵାଶିଂଟନ୍‌: କରୋନାର ପ୍ରତିହିତ ନିମନ୍ତେ ଆମେରିକାର ଗବେଶକମାନେ ନାଜାଲ୍‌ ଡ୍ରପ୍ସ ବିକଶିତ କରିଛନ୍ତି । ଯାହା ଏହି କରୋନା ଭାଇରସ୍‌କୁ ନାକରେ ହିଁ ରୋକିଦେବ ବୋଲି ଦାବି କରିଛନ୍ତି ଆମେରିକାର ଗବେଷକ । ଯାହା ଫଳରେ ଏହି ଭାଇରସ୍ ଶରୀର ଭିତରକୁ ଆଉ ପ୍ରବେଶ କରି ପାରିବ ନାହିଁ ।

ଏହି ନାଜାଲ୍‌ ଡ୍ରପ୍ସ୍‍ ନେନୋବଡିଜରେ ପ୍ରସ୍ତୁତ ହୋଇଛି । ଏହା ନାକରେ ପ୍ରବେଶ କରିଥିବା କରୋନା ଭାଇରସକୁ ନଷ୍ଟ କରିଦେବ ବୋଲି ଦାବି କରିଛନ୍ତି ଗବେଷକ । ଏହାଦ୍ୱାରା ଏହି ଭୁତାଣୁ ଆଉ ଶରୀର ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ ବୋଲି କୁହାଯାଇଛି ।

ଏହି ନାଜାଲ୍‌ ସ୍ପ୍ରେ କାଲିଫର୍ଣ୍ଣିଆ ୟୁନିଭରସିଟିରେ ପ୍ରସ୍ତୁତ କରାଯାଇଛି । ଏହି ସ୍ପ୍ରେ ତିଆରି କରିବାରେ ଆଣ୍ଟିବଡିଜ୍‌ର ଉପଯୋଗ କରାଯାଇଛି ବୋଲି ଗବେଷକମାନେ ମତ ଦେଇଛନ୍ତି । ଏହାକୁ ହ୍ୟୁମ୍ୟାନ୍‌ ଟ୍ରାଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି । ହ୍ୟୁମ୍ୟାନ୍‌ ଟ୍ରାଏଲ୍‌ ସଫଳ ହେବା ପରେ ଏହା କରୋନା ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଗବେଷକ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.