Latest Odisha News

BREAKING NEWS

Temple Looted:ଲୁଟେରାଙ୍କ ପାଇଁ ସହଜ ଟାର୍ଗେଟ ମନ୍ଦିର;ଦାନ ଟଙ୍କା ଓ ଠାକୁରଙ୍କ ମୁକୁଟ,ସୁନା ଅଳଙ୍କାର ଲୁଟ୍

ମୟୂରଭଞ୍ଜ:ପୁଣି ମନ୍ଦିରକୁ ଲୁଟେରାଙ୍କ ଟାର୍ଗେଟ । ଦାନ ଟଙ୍କା ଓ ଠାକୁରଙ୍କ ସୁନା ରୁପା ଅଳଙ୍କାର ଲୁଟିନେଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ଶ୍ମଶାନ କାଳୀ ମନ୍ଦିରରୁ ଏହି ଲୁଟ୍ ହୋଇଛି ।

ସୂଚନାମୁତାବକ, ସକାଳେ ପୂଜାରୀ ମନ୍ଦିରକୁ ଆସିବା ପରେ ଲୁଟ ଘଟଣା ଜଣାପଡିଥିଲା । ହୁଣ୍ଡି ବାକ୍ସ ଭାଙ୍ଗି ଲୁଟିନେଲେ ଦାନ ଅର୍ଥ, ମା’ଙ୍କ ର ଦୁଇ ରୂପା ମୁକୁଟ, ସୁନା ଅଳଙ୍କାର । ପ୍ରାୟ ୩୦ ହଜାର ଟଙ୍କାର ଦାନ ଅର୍ଥ ଲୁଟ କରିଥିବା ଅଭିଯୋଗ ହୋଇଛି ।

ଉଦଳା ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି ।

ସେହିପରି ଗତ ୬ ମାସ ମଧ୍ୟରେ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ୧୮ଟି ମନ୍ଦିର ଓ ବିଭିନ୍ନ ମଠରୁ ଚୋରି ହୋଇଥିବା ଖବର ରହିଛି । କିନ୍ତୁ ଅପରାଧୀ ଏଯାଏଁ ଧରାପଡି ନାହାଁନ୍ତି ।

Leave A Reply

Your email address will not be published.