ମହାରାଷ୍ଟ୍ର: ଟଳିପାରେ ସଂକଟ । ବଂଚିପାରେ ଉଦ୍ଧବ ଠାକରେଙ୍କ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟପାଳ ଭଗତ ସିଂ କେଶୟାରୀଙ୍କ କୋଟାରେ ଥିବା ୨ଟି ଏମ୍ଏଲ୍ସି ଆସନ ମଧ୍ୟରୁ ଗୋଟିଏରୁ ଉଦ୍ଧବଙ୍କୁ ମନୋନୀତ କରାଯିବ । ଏନେଇ ଗୁରୁବାର ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ମନ୍ତ୍ରୀ ନବାବ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ମିଳିଛି।
ସୂଚନା ଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଯୋଗୁଁ ଏମ୍ଏଲ୍ସି ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ସେବେଠାରୁ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ସଙ୍କଟ ଦେଖାଦେଇଥିଲା । କିନ୍ତୁ ଏବେ ଏହି ସଂକଟ ଟଳି ଯାଇଥିବା ଜଣାପଡିଛି । ସାମ୍ବାଧାନିକ ବ୍ୟବସ୍ଥା ଅନ୍ତର୍ଗତ କୋଟର ଦୁଇଟି ଏମ୍ଏଲ୍ସି ଆସନରୁ ଗୋଟିଏ ଆସନରେ ଉଦ୍ଧବଙ୍କୁ ମନୋନୀତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି।
BREAKING NEWS
- ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ
- ଏମାନଙ୍କର ଟିକେଟ୍ କାଟିଲା ବିଜେଡି ?
- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଭିନ୍ୟୁ ସୁପରଭାଇଜର ଓ ଅବସରପ୍ରାପ୍ତ ଅମୀନ ଗିରଫ
- ଶିବସେନାରେ ସାମିଲ ହେଲେ ଗୋବିନ୍ଦା; କହିଲେ, ‘ବନବାସ ସାରି ରାମ ରାଜ୍ୟକୁ ଫେରିଲି’
- ‘ମୁଁ ମୋ ନିଜ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଛି, ଆଉ କାହାକୁ ଗୁରୁତ୍ୱ ଦେଉନାହିଁ’
- ‘ନବୀନଙ୍କ ନାଁ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ୱାର୍ଡମେମ୍ବର ଜିତିବାର କ୍ଷମତା ନାହିଁ’
- ୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ ହୋଇ ରେକର୍ଡ କଲେ କେ.ପଦ୍ମରାଜନ
- ଲାଓସରେ ଫସିଛନ୍ତି ୧୭ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
- ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
- ‘ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍’