Latest Odisha News

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିବ ଝଟକା! 7 ଜଣ ସାଂସଦ ବୈଠକକୁ ଆସିଲେନି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳରୁ ଜଣକ ପରେ ଜଣେ ନେତା ଦଳ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ମିଶୁଛନ୍ତି । ଉଦ୍ଧବ ଦଳ ବଂଚାଇବା ପାଇଁ ବୈଠକ ପରେ ବୈଠକ କରୁଛନ୍ତି । ତେବେ ନେତାଙ୍କୁ ଅପେକ୍ଷା କରି କରି ବେଳ ଯାଉଛି ।  ନିକଟରେ ମହାରାଷ୍ଟ୍ରରେ କ୍ଷମତା ହରାଇଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ   ଶିବସେନା ସାଂସଦଙ୍କ ବୈ ଠକ ଡାକିଥିଲେ ମାତ୍ର ମାତ୍ର 12 ଜଣ ସାଂସଦ ଏଥିରେ ପହଞ୍ଚିଥିଲେ। କୁହାଯାଉଛି ଯେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ 7 ଜଣ ସାଂସଦ ସଭାରେ ପହଞ୍ଚି ନଥିଲେ। ଶିବସେନାରେ ଲୋକସଭାରେ ମୋଟ 19 ସାଂସଦ ଅଛନ୍ତି। ଯେହେତୁ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଧାୟକ ମାନେ ସରକାର ଗଠନ କରିଛନ୍ତି ।  ତେଣୁ ଶୀଘ୍ର ଶିବସେନାର କିଛି ସାଂସଦ ମଧ୍ୟ ପକ୍ଷ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚା ହେଉଛି

Comments are closed.