Latest Odisha News

BREAKING NEWS

ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ର-ଛାତ୍ରୀଙ୍କ ପାଇଁ ଆସିଲା ନିର୍ଦେଶାବଳୀ

ନୂଆଦିଲ୍ଲୀ: ୟୁଜିସି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ଗ୍ରାଜୁଏଟ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି।

ଶୁକ୍ରବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ଟ୍ୱିଟରରେ ଛାତ୍ରଛାତ୍ରୀଙ୍କୁ ଏହା ଜଣାଇଛନ୍ତି। ସେ ଲେଖିଛନ୍ତି, କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି @ugc_india ଶିକ୍ଷାବର୍ଷ ୨୦୨୦-୨୧ ପାଇଁ ୟୁଜି ଏବଂ ପିଜି ଛାତ୍ରମାନଙ୍କ ପାଇଁ ପରୀକ୍ଷା ଏବଂ ଏକାଡେମିକ୍ କ୍ୟାଲେଣ୍ଡର ଉପରେ ନିର୍ଦ୍ଦେଶାବଳୀ ଜାରି କରିଛି।

ୟୁଜିସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ, ଏପ୍ରିଲ୍ ୨୯ ପୂର୍ବରୁ ପ୍ରସ୍ତାବିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକାଡେମିକ୍ କ୍ୟାଲେଣ୍ଡରରେ ସଂଶୋଧନ କରାଯାଇଛି । ୟୁଜିସି କହିଛି ଯେ ପ୍ରଥମ ବର୍ଷର ଛାତ୍ରମାନଙ୍କ ପାଇଁ ନଭେମ୍ବର ୧, ୨୦୨୦ରୁ ପାଠ୍ୟକ୍ରମ ଆରମ୍ଭ ହୋଇପାରେ ।

ଅବଶିଷ୍ଟ ଖାଲି ସିଟ୍ ପୂରଣ ପାଇଁ ଆଡମିଶନ ପାଇଁ ଶେଷ ତାରିଖ ହେଉଛି ନଭେମ୍ବର ୩୦।

କ୍ଲାସ୍ ପ୍ରସଙ୍ଗରେ, ଏହି ବ୍ୟାଚ୍ ଛାତ୍ରମାନଙ୍କ ଶୈକ୍ଷିକ କ୍ଷତିପୂରଣ ପାଇଁ ଶିକ୍ଷାବର୍ଷ ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ୬ ଦିନିଆ ଢାଞ୍ଚା ଅନୁସରଣ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ।

Comments are closed.