Latest Odisha News

BREAKING NEWS

ଜୁନ୍ ୧୬ରେ ନେଟ୍ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ଵର: ଗତକାଲିଠାରୁ ଆରମ୍ଭ ହୋଇଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନେଟ୍ ପରୀକ୍ଷା ପାଇଁ ଆବେଦନ । ଆସନ୍ତା ମେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଆବେଦନ ପକ୍ରିୟା । ଆବେଦନ ପତ୍ରରେ ୧୩ ରୁ ୧୫ ତାରିଖ ମଧ୍ୟରେ ପରିବର୍ତ୍ତନ କରିପାରିବେ । ପରୀକ୍ଷା ଫି’ ୧୨ ତାରିଖ ମଧ୍ୟରେ ଦାଖଲ କରିପାରିବେ । ଆସନ୍ତା ଜୁନ୍ ୧୬ ତାରିଖରେ ଅନୁଷ୍ଠିତ ହେବ ନେଟ୍ ପରୀକ୍ଷା । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

BjdElectrycity

ନେଟ୍‌ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିଅର ରିସର୍ଚ୍ଚ ଫେଲୋସିପ (ଜେଆରଏଫ୍‌) ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏହାସହ ପ୍ରଥମଥର ପାଇଁ ନେଟ୍ ପରୀକ୍ଷା ମାଧ୍ୟମରେ ପିଏଚ୍‌ଡି ପଢ଼଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ଯୋଗ୍ୟତା ଅର୍ଜନ କରିବେ । ସମୁଦାୟ ୮୩ ଟି ବିଷୟରେ ପିଏଚ୍‌ଡି କରିବା ନିମନ୍ତେ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ । ପୂର୍ବରୁ ଏହି ପରୀକ୍ଷା ଅନ୍‌ଲାଇନ୍‌ରେ କରାଯାଉଥିବାବେଳେ ଚଳିତ ଥର ଏହା ଅଫ୍‌ଲାଇନ୍ ବା କାଗଜ କଲମରେ ହେବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଆଶାୟୀମାନେ ଅନ୍‌ଲାଇନ୍‌ରେ https://ugcnet.nta.ac.in/ ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଜୁନିୟର ରିସର୍ଚ୍ଚ ଫେଲୋଶିପ୍ (ଜେଆରଏଫ୍‌) ସହ କିମ୍ବା ଏହା ବିନା ପିଏଚ୍‌ଡି କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ସର୍ମନିମ୍ନ ୭୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ବର୍ତ୍ତମାନ ପର୍ଯ୍ୟନ୍ତ ଏନଇଟି ଦେବା ପାଇଁ ସର୍ବନିମ୍ନ ୫୫ ପ୍ରତିଶତ ନମ୍ବର ସହ ମାଷ୍ଟର ଡିଗ୍ରୀ ଆବଶ୍ୟକ ହେଉଥିଲା ।

Leave A Reply

Your email address will not be published.