ଭୁବନେଶ୍ୱର: ୟୁକ୍ରେନ୍ର ମିଲିଟାରୀ ବେସ୍ ଉପରେ ଘନଘନ ଆକ୍ରମଣ ଜାରି ରଖିଛି ରୁଷ ସେନା । ପ୍ରତିକ୍ଷଣରେ ସାମ୍ନାକୁ ଆସୁଛି ନୂଆ ତଥା ବିଚଳିତ କଲା ଭଳି ଖବର । ଏପରି ସ୍ଥିତିରେ ୟୁକ୍ରେନ୍ ରାଷ୍ଟ୍ରପତି ଭଲେଡିମର୍ ଜିଲେନ୍ସ୍କିଙ୍କ ସଦ୍ୟ ଘୋଷଣା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି ।
ଦେଶର ସୁରକ୍ଷା ପାଇଁ ଆଗେଇ ଆସି ହତିଆର ଧର । କିଛି ଏପରି ଟୁଇଟ୍ ଜରିଆରେ ଭଲେଡିମର୍ ଜିଲେନ୍ସ୍କି ସାଧାରଣ ଜନତାଙ୍କୁ ଯୁଦ୍ଧରେ ସାମିଲ ହେବାକୁ ଆହ୍ୱାନ୍ ଦେଇଛନ୍ତି । ସେ ଏପରି ବି କହିଛନ୍ତି ଯେ, ଯିଏ ବି ଦେଶକୁ ସମର୍ଥନ କରି ଲଢିବାକୁ ଚାହିୁଁଛନ୍ତି, ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଦିଆଯିବ ।
We will give weapons to anyone who wants to defend the country. Be ready to support Ukraine in the squares of our cities.
— Володимир Зеленський (@ZelenskyyUa) February 24, 2022
ସେହିଭଳି ଅନ୍ୟ ଏକ ଟୁଇଟ୍ରେ ସେ ପ୍ରକାଶ କରିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ଯିଏ ବି ହତିଆର ଧରିବେ, ସେମାନଙ୍କ ବିରୋଧରେ ଥିବା ସମସ୍ତ ପ୍ରତିବନ୍ଧକୁ ହଟାଇଦିଆଯିବ । ନିକଟରେ ରୁଷ ସହ ଥିବା ସମସ୍ତ ଚୁକ୍ତି ଓ ସଂପର୍କକୁ ୟୁକ୍ରେନ୍ ଛିନ୍ନ କରିଥିଲା । ଏହା ପରଠୁ ୟୁକ୍ରେନ୍ର ଅଧିକାଂଶ ସହର ଏବେ ରୁଷ ରାଡାର୍ରେ ରହିଛି ।
We will lift sanctions on all citizens of Ukraine who are ready to defend our country as part of territorial defense with weapons in hands.
— Володимир Зеленський (@ZelenskyyUa) February 24, 2022
ଅନ୍ୟପଟେ ସାଧାରଣ ଲୋକ ନୁହେଁ ବରଂ ୟୁକ୍ରେନ୍ର ମିଲିଟାରୀ ବେସ୍ ଗୁଡିକୁ ଟାର୍ଗଟ୍ କରୁଥିବା ନେଇ ରୁଷ ପ୍ରକାଶ କରିଛି । ତେବେ ଯୁଦ୍ଧ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ୟୁକ୍ରେନ୍ର ସୈନ୍ୟମାନଙ୍କୁ ହତିଆର ଛାଡି ନିଜ ପରିବାର ଲୋକଙ୍କ ପାଖକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ ।
Comments are closed.