Latest Odisha News

BREAKING NEWS

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜି ହୋଇଛି ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନର ଶେଷ ପର୍ଯ୍ୟାୟରେ କୌଣସି ବିଶୃଙ୍ଖଳା ହୋଇନାହିଁ । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମତଦାନ ବେଳେ କୌଣସି ବିଶୃଙ୍ଖଳା ହୋଇନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି । ଏ ସଂକ୍ରାନ୍ତରେ ସମ୍ପୃକ୍ତ ଜିଲ୍ଳାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ତାହାକୁ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି ।

ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତଦାନ ହୋଇଛି । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ୧୩ ହଜାର ୫୧୪ ବୁଥ ମଧ୍ୟରୁ ୨୦୨୭ଟି ବୁଥ ସମ୍ବେଦନଶୀଳଥିଲା । ଆସନ୍ତା ୨୬ ତାରିଖରୁ ସବୁ ବ୍ଲକରେ ଭୋଟ୍ ଗଣତି ଆରମ୍ଭ ହେବ। ଗଣତି ପ୍ରକ୍ରିୟା ତିନି ଦିନ ଧରି ଚାଲିବ ବୋଲି କମିଶନଙ୍କ ପକ୍ଷରୁ ସ୍ଥିରୀକୃ ହୋଇଛି।

ନବରଙ୍ଗପୁରରେ ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ହେତୁ ସମବେଦନା ପ୍ରକାଶ କରିଛନ୍ତି କମିଶନ। ଏଥିସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସମବେଦନାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

Comments are closed, but trackbacks and pingbacks are open.