Latest Odisha News

BREAKING NEWS

ପଞ୍ଚାୟତ ପାଇଁ ଶେଷ ହେଲା ମତଦାନ, ଶନିବାରରୁ ଭୋଟ ଗଣତି

ଭୁବନେଶ୍ବର : ଶେଷ ହୋଇଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାର ୪୮ ବ୍ଲକରେ ମତଦାନ ଶେଷ ହୋଇଛି । ୧୩୧ ଜିଲ୍ଲା ପରିଷଦ ଆସନରେ ନେତା ବାଛିଛନ୍ତି ଜନତା । ଆଜି ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ପଞ୍ଚମ ପର୍ଯ୍ୟାୟରେ ହୋଇଛି ୭୦ ପ୍ରତିଶତ ମତଦାନ । ୧୭୭୫ଟି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଆଇନଶୃଙ୍ଖଳା ପାଇଁ ପ୍ରାୟ ୩୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ।

ପଞ୍ଚାମ ପର୍ଯ୍ୟାୟରେ କେବଳ କଟକ ନିଆଳି ବ୍ଲକରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖା ଦେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି । ତୃତୀୟ ପର୍ଯ୍ୟାୟର ୩୦ଟି ଓ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ବାଧାପ୍ରାପ୍ତ ହୋଇଥିବା ୬ଟି ସ୍ଥାନରେ ଆସନ୍ତାକାଲି ରି-ପୋଲିଂ ହେବ । କାଲିର ରି-ପୋଲିଂରେ ପଞ୍ଚମ ପର୍ଯ୍ୟାୟର ବାଧାପ୍ରାପ୍ତ ବୁଥରେ ମଧ୍ୟ ପୁନଃମତଦାନ ହେବ । ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ, ଆସନ୍ତା ଶନିବାରରୁ ଆରମ୍ଭ ହେବ ଭୋଟ ଗଣତି । ଶନିବାର, ରବିବାର ଓ ସୋମବାର ତିନି ଦିନ ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ ।

Comments are closed, but trackbacks and pingbacks are open.