Latest Odisha News

BREAKING NEWS

କୀଭରେ କଲବଲ ହେଉଛନ୍ତି ରୁଷିଆ ସେନା: ବିଷାକ୍ତ ମଦ, ପାଉଁରୁଟି ଖାଇ ୫୦୦ ଅସୁସ୍ଥ

କୀଭ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ରୁଷିଆକୁ ପ୍ରଚୁର କ୍ଷତି ସହିବାକୁ ପଡୁଛି । ଡେଲିମେଲରେ ପ୍ରକାଶିତ ଖବର ଅନୁସାରେ ଖାରକୀଭ ନିକଟରେ ରୁଷ ସେନା ପଂହଚିବା ପରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ପାଉଁରୁଟି ଏବଂ ମଦ ଦେଇଥିଲେ । ଏହାକୁ ଖାଇବା ପରେ ୫୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡିଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି । ସେଠାକାର ବାସିନ୍ଦା ଜାଣିଶୁଣି ରୁଷ ସେନାଙ୍କୁ ବିଷାକ୍ତ ଖାଦ୍ୟ, ପାନୀୟ ପ୍ରଦାନ କରିଥିଲେ । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ୟୁକ୍ରେନ ନାଗରିକ ନିଜ ଦେଶକୁ ବଂଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରୁଷ କବଜାରୁ ୟୁକ୍ରେନ ପୁନର୍ବାର କିଛି ସ୍ଥାନ ଛଡାଇ ନେଇଛି ବୋଲି ଦାବୀ କରିବା ପରେ ଏହି ଖବରକୁ ସମ୍ମୁଖକୁ ଆସିଛି ।

Leave A Reply

Your email address will not be published.