Latest Odisha News

ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ ବୋଲି କହିଲେ କିରେନ ରିଜ୍ଜିଜୁ

ଦିନକ ର୍ପୂବରୁ ମୁଖ୍ୟ ବିଚାରପତି କହିଥିଲେ, ବିଶ୍ୱସନୀୟତା ହରେଇଛି ସିବିଆଇ

ନୂଆଦିଲ୍ଲୀ: ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ । ବେଶ୍ ସଚ୍ଚୋଟତାର ସହ ସର୍ବୋଚ୍ଚ ଅପରାଧିକ ତଦନ୍ତକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମଣା ସିବିଆଇ ସମାଲୋଚନା କରିବାର ଦିନକ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜ୍ଜିଜୁ ଏଭଳି କହିଛନ୍ତି ।

ରବିବାର ସିବିଆଇ ଅଫିସର ମାନଙ୍କ ଏକ ସମାରୋହରେ ଯୋଗ ଦେଇ କିରେନ ଏହି ମତ ରଖିଛନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ଶାସନ ଗାଦିରେ ବସୁଥିବା ଲୋକ ତଦନ୍ତରେ ମୁଣ୍ଡ ଖେଳଉଥିଲେ । ନିରପେକ୍ଷ ତଦନ୍ତରେ କଣ୍ଟା ସାଜୁଥିଲେ । ଏବେ ସେ ସମୟ ନାହିଁ । ଆଗରୁ ତଦନ୍ତରେ ହେଉଥିବା ସମସ୍ୟା ଏବେ ଆଉ ଉପୁଜୁନି ।

ଆଗରୁ, ତଦନ୍ତକାରୀ ଅଫିସର ସାମନା କରୁଥିବା ଅସୁବିଧା ଏବେ ଆଉ ନାହିଁ । କିରେନ କହିଲେ, “ସେତେବେଳେ ଗୋଟିଏ ସମୟ ଥିଲା, ମୋର ବେଶ୍ ଭଲ ଭାବେ ମନେ ଅଛି, ସରକାରରେ ରହୁଥିବା ଲୋକ ତଦନ୍ତରେ ଅଳିଆ କରନ୍ତ” ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ସେ କହିଥିଲେ, ଏବେ ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ଦୁର୍ନୀତି ବିରୋଧରେ ଦୃଢ଼ତାର ସହ ଠିଆ ହୋଇଛନ୍ତି ।

କିରେନ ପଞ୍ଜୁରୀ ଶୁଆକୁ ନେଇ କହିଲେ, “ଶାସନରେ ଥିବା ଲୋକ ଯେତେବେଳେ ଦୁର୍ନୀତିରେ ସଂପୃକ୍ତ ଥାଆନ୍ତି, ତାହାର ତଦନ୍ତ କରିବା ସିବିଆଇ ପାଇଁ ବଡ଼ କଷ୍ଟକର ହୋଇପଡ଼େ” । “ଯାହାର ପରିଣାମ ସ୍ୱରୂପ ଆମକୁ ନ୍ୟାୟପାଳିକାରୁ ଅନେକ ସମାଲୋଚନା ଶୁଣିବାକୁ ମିଳିଥିଲା” ।

ଶୁକ୍ରବାର, ସିବିଆଇର ଡିପି କୋହଲି ସ୍ମାରକୀ ବକ୍ତୃତାରେ ଯୋଗଦେଇ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସିବିଆଇକୁ କଟୁ ସମାଲୋଚନା କରିଥିଲେ । ଏବେ ସିବିଆଇ ବିଶ୍ୱସନୀୟତା ହରେଇଛି । ସମୟ ବଦଳିବା ସହିତ ଏହାର କିଛି କାର୍ଯ୍ୟକଳାପ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମୁଖ୍ୟ ବିଚାରପତି କହିଥିଲେ । ଏବେ ସମସ୍ତ ତଦନ୍ତକାରୀ ସଂସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ସଂସ୍ଥାର ଦରକାର ବୋଲି ମତ ଦେଇଥିଲେ ।

Leave A Reply

Your email address will not be published.