Latest Odisha News

ବିଧାୟକ ସାଜିଲେ ଚାଷୀ, ହାତରେ ଦା’ ଧରି କାଟିଲେ ଧାନ

ଉମରକୋଟ: ଧାନ ବିଲରେ ବିଧାୟକ । ହାତରେ ଦା’ । ଅଂଟାରେ ଭିଡିଲେ ଗାମୁଛା ।  ବିଲରେ ଦା’ ଧରି କାଟିଲେ ଧାନ । ବିଧାୟକ ସାଜିଲେ ଚାଷୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟରେ । ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି । ବିଧାୟକ ଓ ତାଙ୍କ ପତ୍ନୀ ଅନ୍ୟ ମିଲିଆଙ୍କ ସହ ମିଶି ବିଲରେ ଧାନ କାଟିଛନ୍ତି ।Bjd Mla Cutting crop.1

ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜେ ଜଣେ ଚାଷୀ ପରିବାରରୁ ଆସିଥିବାବେଳେ ପେଷାରେ ଜଣେ ଓକିଲ ମଧ୍ୟ। ତଥାପି ତାଙ୍କର ଚାଷ କାମ ପ୍ରତି ଦୁର୍ବଳତା ରହିଛି । ଅନ୍ୟମାନଙ୍କ ସହ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି କହିଛନ୍ତି ବିଧାୟକ । ଲୋକେ ତାଙ୍କୁ ଜନପ୍ରତିନିଧି ଭାବେ ବାଛିଛନ୍ତି ତଥାପି ସେ କୌଳିକ ବୃତ୍ତିକୁ ଛାଡ଼ିପାରିବେ ନାହିଁ ବୋଲି କହିଛନ୍ତି ନିତ୍ୟାନନ୍ଦ।

ବିଧାୟକଙ୍କ ପତ୍ନୀ ମଧ୍ୟ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ନିତ୍ୟାନନ୍ଦଙ୍କ ପତ୍ନୀ ପେଶାରେ ଜଣେ ଶିକ୍ଷୟିତ୍ରୀ। ବର୍ତ୍ତମାନ କୋରୋନା କାରଣରୁ ସ୍କୁଲ ଛୁଟି ଥିବାରୁ ସେ ବିଧାୟକ ସ୍ୱାମୀଙ୍କ ସହ ମିଶି ଚାଷ କାମରେ ସାହାଯ୍ୟ କରୁଥିବା କହିଛନ୍ତି।

Comments are closed.