Latest Odisha News

BREAKING NEWS

ଜନତାଙ୍କ ଉପରେ ଆକ୍ରମଣ ବର୍ଦାସ୍ତ କରାଯିବନି; ଜାତିସଂଘ ଚିଫ୍ 

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ଜମ୍ମୁ ଏବଂ କାଶ୍ମୀରର ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଜାତିସଂଘ ଚିଫ।

ଏବେ ଏହା ଉପରେ ଜାତିସଂଘ ପକ୍ଷରୁ ଏକ କଡ଼ା ପ୍ରତିକ୍ରିୟା ଆସିଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରି କହିଛନ୍ତି ଯେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କୌଣସି ପରିସ୍ଥିତିରେ ସହ୍ୟ କରାଯାଇପାରିବ ନାହିଁ।

ଏହି ଆକ୍ରମଣରେ ଅତି କମରେ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ ଗୁଟେରେସ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରି କହିଛନ୍ତି ଯେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ସେମାନଙ୍କୁ ହତ୍ୟା କରିବା କୌଣସି ପରିସ୍ଥିତିରେ ବର୍ଦାସ କରାଯିବା ନାହିଁ। ଏହା ଆଇନ ବିରୁଦ୍ଧ ହେବା ସଂଗେସଂଗେ ଅମାନବୀୟ ଆଚରଣ ମଧ୍ୟ ଅଟେ।

ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ଅଟନ୍ତି। ତେବେ ଏଥିରେ ୧୭ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।  ଏହି ଆକ୍ରମଣ ଏପ୍ରିଲ ୨୨ ଅପରାହ୍ନ ସମୟରେ ପହଲଗାମ ନିକଟସ୍ଥ ବୈସାରଣରେ ହୋଇଥିଲା  ଯାହାକି ମିନି ସ୍ୱିଜରଲ୍ୟାଣ୍ଡ ଭାବରେ ଜଣାଶୁଣା। ତେବେ ଏହା ୨୦୧୯ର ହୋଇଥିବା ପୁଲୱାମା ଆକ୍ରମଣ ପରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଅଟେ।

ଲସ୍କର-ଏ-ତୈବାର ସଂଗଠନ “ଦି ରେଜିଷ୍ଟାନ୍ସ ଫ୍ରଣ୍ଟ” (ଟିଆରଏଫ୍) ଏହି ଆକ୍ରମଣ ଘଟାଇଥିବା କୁହାଯାଉଛି। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ପରିଚୟ ପଚାରି  ଗୁଳି ଚଳାଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ। ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତ ଅଧାରୁ ଛାଡ଼ି ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆକ୍ରମଣକୁ ଦୃଢ଼ ନିନ୍ଦା ମଧ୍ୟକରିଛନ୍ତି। ଏ ସବୁ ମଧ୍ୟ ରେ ଗୃହମନ୍ତ୍ରୀ ଅମିତ ଶାହ ନିଜେ ଶ୍ରୀନଗରରେ ପହଞ୍ଚି ସେଠିକାର ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ।

 

Comments are closed.