Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଋଣ ଚିନ୍ତାରେ ମା’ ପୁଅ କୀଟନାଶକ ପିଇ ଆତ୍ମହତ୍ୟା

ରାୟଗଡା  : ରାୟଗଡା ଜମାଦେଇ ପେଣ୍ଠ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ମା’ ପୁଅ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସକାଳେ ଘର ଲୋକ ଜାଣିବା ପରେ ଗୁରୁତର ଅବସ୍ଥାରେ ମାଆ ରଜନୀ ଗୁଡ଼ଲା (୫୫) ଓ ପୁଅ ଶ୍ୟାମ ଗୁଡ଼ଲା (୨୨) କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଉଭୟ ମା’ ପୁଅଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

BjdElectrycity

ଝିଅ ବାହାଘର ପାଇଁ ଗାଁ ଲୋକଙ୍କ ଠାରୁ ହାତ ଉଦ୍ଧାର ଆଣିଥିଲେ ରଜନୀ। ଗତ ୨ ବର୍ଷ ହେଲା ବାକି ଟଙ୍କା ଶୁଝି ପାରୁନଥିବାରୁ ମାନସିକ ଚିନ୍ତାରେ ଦିନ କାଟୁଥିଲେ। ଗତ କିଛି ଦିନ ତଳେ ଧାର ଦେଇଥିବା ବ୍ୟକ୍ତି ରଜନୀଙ୍କ ଘରେ ପହଞ୍ଚି ଟଙ୍କା ମାଗିବା ସହ ଘରେ ତାଲା ପକାଇ ଦେଇଥିଲେ। ଫଳରେ ମାଆ, ପୁଅ ଘର ବାହାରେ ଦିନ କଟିଥିଲେ।

ଖବର ଶେଷଖାଲ ଥାନାରେ ପହଞ୍ଚିବା ପରେ ପୁଲିସ ଘଟଣାରେ ହସ୍ତକ୍ଷେପ କରି ଘର ତାଲା ଖୋଲିଥିଲା। ଏହି ଘଟଣାକୁ ଗତ ୪ ଦିନ ହେଲା ରଜନୀ ଖିଆପିଆ କରୁନଥିଲେ। ମାଆର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଅ ଶ୍ୟାମ ଚିନ୍ତିତ ଥିବା ବେଳେ ଉଭୟେ ଗତକାଲି ରାତିରେ କୀଟନାଶକ ପିଇ ଦେଇଥିଲେ।

ପଡୋଶୀ ଲୋକ ଉଭୟଙ୍କ ଉଦ୍ଧାର କରି ଜେମାଦେଇପେଣ୍ଠ ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। . . . .

Leave A Reply

Your email address will not be published.