Latest Odisha News

BREAKING NEWS

ଚାଉଳ ପାଇଁ ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଦେଢ଼ କିଲୋମିଟର, ସୁବିଧା ପାଇଁ ବୃଦ୍ଧାଙ୍କ ନିବେଦନ

ଯାଜପୁର: ବୟସ ଛୁଇଁଲାଣି ୧୦୦ । ଅଣ୍ଟା ନଇଁ ପଡ଼ିଲାଣି । ହାତ ଗୋଡ଼ ଥର ଥର ହେଉଛି । ଚାଲିବାକୁ ନାହିଁ ବଳ ତଥାପି ଆଶାବାଡ଼ି ସହାୟତାରେ ଚାଉଳ ପାଇଁ ଧାଉଁଛନ୍ତି ବୃଦ୍ଧା । ଆମେ କହୁଛୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତ ବନ୍ଦସାହିର କାଲି ଜେନାଙ୍କ କଥା ।

ଚାଉଳ ପାଇଁ ଶତାୟୁ ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଦେଢ଼ କିଲୋମିଟର ରାସ୍ତା । ଖରା ଓ ବର୍ଷାରେ ମଧ୍ୟ ଏ ବୟସରେ ଚାଲି ଚାଲି ଚାଉଳ ଆଣିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । କାଲି ଜେନା ପ୍ରତିମାସରେ କଣ୍ଟ୍ରୋଲ ଚାଉଳ ପାଇଁ ଏଭଳି ଚାଲି ଚାଲି ଯାଉଛନ୍ତି ।

ପରିବାର କହିଲେ ପୁଅ,ଝିଅ ୨ ଜଣ । ଝିଅଟି ବାହା ହୋଇଯାଇଥିବା ବେଳେ ପୁଅ ବୋହୂ ବୃଦ୍ଧାଙ୍କଠାରୁ ଅଲଗା ରୁହନ୍ତି । ବୃଦ୍ଧା ଜଣକ ଗାଁ ଲୋକଙ୍କଠାରୁ ଭିକ୍ଷାବୃତ୍ତି କରି ଚଳନ୍ତି । ଆଉ କଣ୍ଟ୍ରୋଲରୁ ଚାଉଳ ଆଣି ଖାଇଥାନ୍ତି  । ତେବେ ପ୍ରତିଦିନ ଭିକ୍ଷା ବୃତ୍ତି କରି ସେ ଚଳୁ ଥିବା ବେଳେ ପ୍ରତି ମାସରେ ଏଭଳି ହଇରାଣ ହେଉଛନ୍ତି । ସେଥିପାଇଁ ନିଜ ପାଖରେ କଣ୍ଟ୍ରୋଲ ଚାଉଳ ଏବଂ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

 

Leave A Reply

Your email address will not be published.