Latest Odisha News

BREAKING NEWS

କେବେ ଆସିବ ବାତ୍ୟା ? କେଉଁ ଦିଗକୁ ମୁହାଁଇବ ? ସୂଚନା ଦେଲେ ଆଇଏମଡି ଡିଜି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃ୍ତ୍ୟୁଞ୍ଜୟ ମହାପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ମୋଖା ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ, ଆଜି ସକାଳ ୮.୩୦ରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ ୧୦ରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ

୧୨ ତାରିଖ ସକାଳେ ଏହାର ଗତି ପଥରେ ପରିବର୍ତ୍ତନ ହେବ । ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ମୁହାଁଇବ । ଏହାପରେ ବାଂଲାଦେଶ ମିଆଁମାର ଆଡକୁ ଗତି କରିବ ବର୍ତ୍ତମାନ ଏହା ନିକୋବର ଦ୍ୱୀପ ପାଖରେ ଅଛି । ଏହା ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ, ଦକ୍ଷିଣ ଆଣ୍ଡାମାନ ସି ଏବଂ ନିକୋବର ଆଇଲାଣ୍ଡ ଉପରେ ଏହାର ପ୍ରଭାବ ଜାରି ରଖିଛି ।ଏଠାରେ ପବନର ବେଗ ଘଣ୍ଟାପ୍ରତି ୬୦ରେ ପହଞ୍ଚିବାର ସମ୍ଭାବନା ରହିଛି । ନିକୋବର ଆଇଲାଣ୍ଡର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବନରୂ ବେଗ ୯ ତାରିଖ ସନ୍ଧ୍ୟା ସୁଦ୍ଧା ବୃଦ୍ଧି ପାଇପାରେ ।

ସାମ୍ଭାବ୍ୟ ବାତ୍ୟାକବୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି ଯେଉଁମାନେ ଅଛନ୍ତି ସେମାନଙ୍କୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି ୧୨ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ସେହିପରି ଆଣ୍ଡାମାନ ନିକୋବର ଟୁରିଷ୍ଟ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକଙ୍କୁ ମଧ୍ୟ ବାରଣ କରାଯାଇଛି

ତେବେ ଓଡ଼ିଶା ପ୍ରତି ବିଶେଷ ସତର୍କ ସୂଚନା ନ ଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମଙ୍ଗଳବାର ବାତ୍ୟା ସମ୍ପର୍କିତ ଅପଡେଟ ସୂଚନା ଆଇଏମଡି ପକ୍ଷରୁ ଦିଆଯିବ ବୋଲି ସେ କହିଛନ୍ତି । ଓଡ଼ିଶା ସହ ଅନ୍ୟ ପୂର୍ବ ଉପକୂଳ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନି । ବର୍ଷା, ପବନ ନେଇ ମଧ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ କିମ୍ବା ପଶ୍ଚିମବଙ୍ଗକୁ ଓ୍ବାର୍ଣ୍ଣିଂ ଦିଆଯାଇନି ।

Leave A Reply

Your email address will not be published.