Latest Odisha News

BREAKING NEWS

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

କଟକ: ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ଜେଲ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି କଏଦି ଜଣଙ୍କ । ଏନେଇ କେଲ୍ କତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ କେନ୍ଦୁଝର ଜେଲରେ ବଚାରଧିନ ବନ୍ଦୀ ଭାବେ ଜୀବନ ବିତାଉଥିଲେ ଅଜୟ ଦାସା । ଗତକାଲି ହଠାତ୍ ସେ ଜେଲ ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି ଅଜୟ । ଆଜି ପୋଲିସ ଅଜୟଙ୍କ ମୃତ ଶରୀର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ।

 

Leave A Reply

Your email address will not be published.