Latest Odisha News

BREAKING NEWS

ଏମାର୍ଜେନ୍ସିର ୪୮ ବର୍ଷ ପୂର୍ତ୍ତି: ମୋଦୀ କହିଲେ ସେଦିନ ଥିଲା ଗଣତନ୍ତ୍ର ପାଇଁ କଳା ଦିନ

ନୂଆଦିଲ୍ଲୀ: ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଏମାର୍ଜେନ୍ସି ଘୋଷଣା କରିଥିଲେ। ୧୯୭୫ ମସିହା ଜୁନ ୨୫ ତାରିଖ ସାରା ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ କଳଙ୍କିତ ଇତିହାସ ବୋଲି କୁହାଯାଏ। ଏମାର୍ଜେନ୍ସିକୁ ଆଜି ୪୮ ବର୍ଷ ପୂରିଥିବା ବେଳେ ଇତିହାସକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏମାର୍ଜେନ୍ସି ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ ଥିଲା ବୋଲି ମୋଦୀ କହିଛନ୍ତି।

ସେହି ସମୟରେ ଯେଉଁମାନେ ଇନ୍ଦିରାଙ୍କ ଏହି ତୋଗଲକି ଶାସନକୁ ସାମ୍ନା କରି ଦେଶର ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଲଢ଼ିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇଜିପ୍ଟ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଶେଷ ଦିନ। ରବିବାର ରାତି ୧୨ଟାରେ ସେ ପୁଣି ଦିଲ୍ଲୀ ଫେରିବେ।

ଏମାର୍ଜେନ୍ସିରେ ୪୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି “ ମୁଁ ସେହି ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଯେଉଁମାନେ ଏମାର୍ଜେନ୍ସିର ବିରୋଧ କରିଥିଲେ, ଓ ଆମ ଗଣତାନ୍ତ୍ରିକ ଭାବନାକୁ ମଜଭୁତ କରିବାକୁ କାମ କରିଥଇଲେ। ଡାର୍କ ଡେ ଅଫ୍ ଏମାର୍ଜେନ୍ସି ଆମ ଇତିହାସରେ କେବେ ଭୁଲି ନ ହେଲା ଭଳି ସମୟ ଥିଲା। ଯାହା ଆମ ସମ୍ବିଧାନ ଦ୍ୱାରା ପ୍ରସ୍ତୁତି କରାଯାଥିବା ମୂଲ୍ୟବୋଧର ବିପରୀତ ଥିଲା।”

ଆଗକୁ ନିର୍ବାଚନ ଆସୁଥିବାରୁ ବିଜେପି ବର୍ତ୍ତମାନ ଇତିହାସର କଥା ଦୋହରାଇ ରାଜନୀତି କରିବାରେ ଆରମ୍ଭ କରିଦେଇଛି। ଏନେଇ ଦଳ ଆଜି ଉତ୍ତର ପ୍ରଦେଶରେ କଳା ଦିବସ ପାଳନ କରିବ। ପୁରୁଣା କଥା ଦୋହରାଇ କଂଗ୍ରେସକୁ ଘେରିବା ପାଇଁ ବିଜେପି ଏହି ଯୋଜନା କରିଛି। ଏଥିପାଇଁ ଗୌତମବୁଦ୍ଧ ନଗର ଠାରେ ଏକ ସାର୍ବଜନିକ ସଭାରେ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଥାଉକି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଥାରେ ତତ୍‌କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲୀ ଅହମଦ ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୨୫୨ ଅଧୀନରେ ଏମାର୍ଜେନ୍ସି ଘୋଷଣା କରିଥିଲେ। ୧୯୭୫ ଜୁନ ୨୫ ଠାରୁ ୧୯୭୭ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ୨୧ ମାସ ଦେଶରେ ଏମାର୍ଜେନ୍ସି ଲାଗୁ କରାଯାଇଥିଲା। ଜରୁରୀକାଳିନ ସ୍ଥିତି ଲାଗୁ ହେବା ପରେ ଦେଶରେ ଲୋକଙ୍କୁ ବାକ୍ ସ୍ୱାଧୀନତା ସହିତ ଗଣମାଧ୍ୟମର ସ୍ୱାଧୀନତା ଉପରେ ମଧ୍ୟ ଛଡ଼ାଇ ନିଆଯାଇଥିଲା।

Leave A Reply

Your email address will not be published.