Latest Odisha News

BREAKING NEWS

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଯୋଡା: ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଯୋଡା ବାମବାରୀ କମଳପୁର ଗାଁ ନିକଟରେ ଏହି ମହିଳାଙ୍କ ମୃତ ଦେହ ପଡି ରହିଥିବା ବେଳେ ଶରୀର ଅଧାଭାଗ ନଷ୍ଟ ହୋଇଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ ।

ମୃତ ଶରୀର ନଷ୍ଟ ହୋଇଯାଇଥିବା ବେଳେ କିଛି ତଳେ ପଡିରହିଛି । ତେବେ ପାରିପାଶ୍ୱିର୍କ ସ୍ଥିତିରୁ ଦୁଷ୍କର୍ମ କରାଯାଇ ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତି ଶରୀର ଜବତ କରିବା ସହିତ ଅଧିକ ଛାନ୍ ଭିନ୍ ଜାରି ରଖିଛି ।

Leave A Reply

Your email address will not be published.