Latest Odisha News

BREAKING NEWS

ସଂସଦର ମୌସୁମୀ ଅଧିବେସନରେ ୟୁନିଫର୍ମ ସିଭିଲ୍ କୋଡ଼ ବିଲ୍ ଆଣିବାକୁ ପ୍ରସ୍ତୁତିରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ଉପରେ ଚର୍ଚ୍ଚା ପାଇଁ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସଂସଦୀୟ ସ୍ଥାୟୀ କମିଟି ନିକଟକୁ ଏହି ବିଲ୍ ପଠାଯାଇପାରେ ବୋଲି ସୂଚନା ମିଳିଛି।

ସେପଟେ ସମାନ ଆଚଣ ସଂହିତା ବା ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ସାଂସଦଙ୍କ ମତାମତ ନେବାକୁ ଜୁଲାଇ ୩ ତାରିଖରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏକ ବୈଠକ ଡକାଯାଇଛି। ଏଥିରେ ପବ୍ଲିକ ଗ୍ରିଭାନ୍ସ, ଲ କମିଶନ ପ୍ରତିନିଧି ଓ ଆଇନ ମନ୍ତ୍ରାଣାଳୟୁ ଡକାଯାଇଛି। ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗରେ ଏମାନଙ୍କ ମତାମତ ଜାଣିବା ପାଇଁ କମିଶନ ଏହି ବୈଠକ ଡକାଇଛନ୍ତି।

ସୂଚନା ଥାଉକି, ଜୁଲାଇ ମାସର ତୃତୀୟ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି। ପ୍ରଥମେ ପୁରୁଣା ସଂସଦ ଭବନରେ ପ୍ରଥମ ଅଧିବେସନ ଚର୍ଚ୍ଚା ହେବ। ପରେ ଚର୍ଚ୍ଚା ମଝିରେ ନୂଆ ଭବନକୁ ସ୍ଥାନାନ୍ତରିତ ହେବ ବୋଲି ପିଟିଆଇ ଖବର ପ୍ରକାଶ କରିଛି।

ସୂଚନା ଥାଉକି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୟୁନିଫର୍ମ ସିଭିଲ୍‌କୋଡ୍‌କୁ ନୂଆ ଅସ୍ତ୍ର କରିବାକୁ ଯାଉଛି। ମଧ୍ୟପ୍ରଦେଶରେ ଏହାର ଆରମ୍ଭ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋ ବୁଥ୍ ମଜଭୁତ୍ ବୁଥ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ଗୋଟିଏ ପରିବାର ଦୁଇ ଜଣଙ୍କ ପାଇଁ ଅଲଗା ଅଲଗା ନିୟମ ହୋଇପାରିବ ନାହିଁ। କୋର୍ଟ ମଧ୍ୟ ୟୁସିସି ଲାଗୁ କରିବା ସପକ୍ଷରେ ଅଛନ୍ତି। ସମ୍ବିଧାନର ମଧ୍ୟ ଏହାର ପ୍ରାବଧାନ ରହିଛି ବୋଲି ମୋଦୀ କହିଛନ୍ତି।

ସେହିପରି ୟୁସିସିକୁ ନେଇ ବିଭିନ୍ନ ଦଳ ଧୀରେ ଧୀରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଚାହୁଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି ୟୁସିସିକୁ ସମର୍ଥନ କରିବ ବୋଲି କେଜରିୱାଲ୍ ଦଳ ପୂର୍ବରୁ ଘୋଷଣା କରିସାରିଥିବା ବେଳେ ନିୟମ ଲାଗୁ କରିବା ପୂର୍ବରୁ ସମସ୍ତଙ୍କ ଠାରୁ ବିଚାର ବିମର୍ଶ କରିବାକୁ ଦଳ ପରାମର୍ଶ ଦେଇଛି।

Leave A Reply

Your email address will not be published.