Latest Odisha News

BREAKING NEWS

ସାଧାରଣ ଯାତ୍ରୀଙ୍କ ସହ ମେଟ୍ରୋ ଟ୍ରେନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗଲେ ପ୍ରଧାନମନ୍ତ୍ରୀ, ବାଣ୍ଟିଲେ ଅନୁଭୂତି

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ‘ଦିଲ୍ଲୀ ବିଶ୍ୱବିଦ୍ୟାଳୟ’ର  ୧୦୦ ବର୍ଷ ପୂର୍ତ୍ତି ସମାରୋହରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ  ହେବା ପାଇଁ ସେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରନ ଯାତ୍ରାବେଳେ  ସାଧାରଣ ଯାତ୍ରୀଙ୍କ ସହ ବସି ଯାଇଥିଲେ । ସେ ଲୋକ କଲ୍ୟାଣ ମାର୍ଗ ମେଟ୍ରୋ ଷ୍ଟେସନରୁ ସେ ଯାଇଥିଲେ ବିଶ୍ୱ ବିଦ୍ୟାଳୟ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ।  ସେତିକି ନୁହେଁ  ମେଟ୍ରୋ ଯାତ୍ରାବେଳେ ସହଯାତ୍ରୀଙ୍କ ସହ ହସି ହସି କଥାବାର୍ତ୍ତା ବି ହେଉଥିବା ବି ଦେଖିବାକୁ ମିଳିଥିଲା । ଯାତ୍ରା ସମୟର ଏହି ଅନୁଭୂତିକୁ ନିଜେ ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, ‘ ‘ଯୁବଗୋଷ୍ଠୀଙ୍କୁ ମୋର ସହଯାତ୍ରୀ ହୋଇଥିବାରୁ ମୁଁ ବହୁତ ଖୁସି ।’ ଯାତ୍ରା ସମୟର କିଛି ଫଟୋ ବି ସେୟାର କରିଛନ୍ତି। ଏହି ଫଟୋରେ ପ୍ରଧାନମନ୍ତ୍ରୀଙ୍କୁ ମେଟ୍ରା ଟ୍ରେନରେ  କିଛି ଛାତ୍ରଛାତ୍ରୀଙ୍କ ଗହଣରେ ଯାଉଥିବା ଦେଖିବାକୁ ମିଳିଛି ।

ପରେ ପଧାନମନ୍ତ୍ରୀ ଉଦବୋଧନ ଦେଇ ନିଜ ଯାତ୍ରା ଅନୁଭୂତି ବାଣ୍ଟିଥିଲେ ।  ଏହି ମେଟ୍ରାେ ଯାତ୍ରା ସମୟରେ ସେ ତାଙ୍କ ସହଯାତ୍ରୀ ଥିବା  ଛାତ୍ରଛାତ୍ରଙ୍କ ସହ ବିଜ୍ଞାନଠାରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମର ନୂଆ ସିରିଏଲ ବିଷୟରେ କିପରି ଆଲୋଚନା କରିଥିବା ସେ ବିଷୟରେ ଆଲୋଚନା କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ୧୦୦ ବର୍ଷରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିଜ ମୂଲ୍ୟବୋଧକୁ ବଞ୍ଚାଇ ରଖିପାରିଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଯେ କୌଣସି ଦେଶ ହେଉ, ଏହାର ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଏହାର ଉପଲବ୍ଧିର ନିଚ୍ଛକ ପ୍ରତୀକ । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଯାହା ପାଖରେ ଜ୍ଞାନ ରହିଛି ସେ ପ୍ରକୃତ ସୁଖୀ, ସେ ହିଁ ବଳବାନ । ଯାହା ପାଖରେ ଜ୍ଞାନ ରହିଛି ସେ ହିଁ  ପ୍ରକୃତ ବିଜୟ ଲାଭ କରିଥାଏ ।

Leave A Reply

Your email address will not be published.