Latest Odisha News

BREAKING NEWS

ଏପଟେ ପୁଅର ବାହାଘର, ସେପଟେ ବାପାର ଆତ୍ମହତ୍ୟା

ଗଞ୍ଜାମ : ଏପଟେ ଚାଲିଥିଲା ପୁଅର ବାହାଘର ଭୋଜି ଆଉ ସେପଟେ ବାପା ନେଲେ ଆତ୍ମହତ୍ୟା ପରି ଚରମ ନିଷ୍ପତି । ଏପଟେ ପୁଅ ନୁଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ବେଳେ ସେପଟେ କିନ୍ତୁ ଲିଭିଗଲା ବାପାର ଜୀବନ ଦିପ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗ୍ରାମରେ । ଘଟଣା ସ୍ଥଳରେ ବାଲିପଦର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କାନସୁକା ଗାଁର ଖଦାଳ ମହାରଣାଙ୍କ ପୁଅର ଗାଁ ପାଖ ସାଙ୍କୁଳାଇ ପୀଠରେ ବାହାଘର ଚାଲିଥିଲା । କିନ୍ତୁ ନିମିଷକେ ସରିଯାଇଥିଲା ବାହାଘରର ସମସ୍ତ ଖୁସି । ଏପଟେ ବାହାଘର ଭୋଜିଭାତରେ ସମସ୍ତେ ବ୍ୟସ୍ତ ଥିବା ବେଳେ ସେପଟେ ବାପା ନେଇଥିଲେ ଆତ୍ମହତ୍ୟା ପରି ଚରମ ନିଷ୍ପତି । ପୁଅର ମାମୁଁ ପୁଅକୁ ବାହା କରୁଥିବା ବେଳେ ବାପାକୁ କେହି କିଛି ନପଚାରିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟା ପୂର୍ବରୁ ସେ ଥାନା କର୍ମଚାରୀଙ୍କୁ ଅବଗତ କରି ଆତ୍ମହତ୍ୟା କରିଥିବା କହିଛନ୍ତି ସ୍ଥାନୀୟ ସମିତି ସଭ୍ୟ । ଘଟଣା ସ୍ଥଳରେ ବାଲିପଦର ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.