Latest Odisha News

BREAKING NEWS

ବଜେଟରେ ପର୍ଯ୍ୟଟନକୁ ଫୋକସ୍‌; ପ୍ରତିଷ୍ଠା ହେବ ଆଇକନିକ୍ ମ୍ୟୁଜିୟମ, ୨୫୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୦-୨୧ ଆର୍ଥିକ ବଜେଟ ଉପସ୍ଥାପନ କରୁଥିବା ବେଳେ ଏଥର ପର୍ଯ୍ୟଟନକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଛନ୍ତି । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟରେ ୨୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୌଶଳ ବିକାଶ ଲାଗି ୯୯.୩୦୦ କୋଟି ଆବଣ୍ଟନ ହୋଇଥିବା ସୂଚନା ମିଳିଛି ।

ପର୍ଯ୍ୟଟନର ବିକାଶ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ସହରରେ ସ୍ୱଚ୍ଛବାୟୁ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଦେଶର ବଡ଼ ବଡ଼ ସହରମାନଙ୍କରେ ସ୍ୱଚ୍ଛବାୟୁଲାଗି ୪୪୦୦ କୋଟି ବ୍ୟୟ ବରାଦ ହୋଇଛି ।

ଆଜି ସଂସଦରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୀତାରମଣ ସୂଚନାଦେଇ କହିଛନ୍ତି ଯେ, ଅହମ୍ମଦାବାଦଠାରେ ଏକ ପୋତ ସଂଗ୍ରହାଳୟ ସ୍ଥାପିତ ହେବ । ଏଥିଲାଗି ୩,୧୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ଏକାଧିକ ଆଇକନିକ୍ ମ୍ୟୁଜିୟମ । ଏହିସବୁ ମ୍ୟୁଜିୟମ ଗୁଡ଼ିକ ମିରଟର ହସ୍ତିନାପୁର, ରଖିଘଡ଼ି, ଗୁଜରାଟର ଧୋଲାବୀରା, ତାମିଲନାଡୁର ଆଦି ଚନଲୁରରେ ଠାରେ ପ୍ରତିଷ୍ଠା କରାଯିବ ।

ଝାଡ଼ଖଣ୍ଡର ରାଞ୍ଚିଠାରେ ଏକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।

Leave A Reply

Your email address will not be published.