Latest Odisha News

BREAKING NEWS

‘ଏଲ୍‌ଆଇସି’କୁ ନେଇ ବଜେଟ୍‌ରେ ବଡ ଘୋଷଣା, କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ଭାରତୀୟ ଜୀବନ ବୀମା ନଗମକୁ (ଏଲଆଇସି)କୁ ନେଇ କରିଛନ୍ତି ଏକ ବଡ଼ ଘୋଷଣା ।

‘ଏଲଆଇସି’ରୁ ସରକାରୀ ପୁଞ୍ଜି ପ୍ରତ୍ୟାହାର କରିବାକୁ ସୀତାରମଣ ବଜେଟରେ ଘୋଷଣା କରିଛନ୍ତି ।

ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ । ଆହୁରି ମଧ୍ୟ ଆଇଡିବିଆଇ ବ୍ୟାଙ୍କରେ ଥିବା ସରକାରଙ୍କ ଅବଶିଷ୍ଟ ଅଂଶଧନକୁ ବିକ୍ରି କରାଯିବ ।

ନୂଆ ଆର୍ଥିକ ବର୍ଷ ପାଇଁ ସରକାର ମୋଟ ୨.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏଲଆଇସି ଅଂଶଧନ ବିକ୍ରି ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.