Latest Odisha News

BREAKING NEWS

ବଜେଟ ୨୦୨୦: ପରିବେଶ ସୁରକ୍ଷା ଉପରେ ଅର୍ଥମନ୍ତ୍ରୀଙ୍କ ଫୋକସ

ନୂଆଦିଲ୍ଲୀ: ଚଳିତ ୨୦୨୦-୨୧ ବର୍ଷର ସାଧାରଣ ବଜେଟରେ ବିତ୍ତମନ୍ତ୍ରୀ ପରିବେଶ ସୁରକ୍ଷା ଉପରେ ମଧ୍ୟ ନିଜ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

ନିର୍ମଳ ବାୟୁ ନୀତି ବାବଦରେ ୪୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

-ବିଶୁଦ୍ଧ ବାୟୁ କେବଳ ବଡ଼ ସହରର ସମସ୍ୟା ନୁହେଁ। ପ୍ରତ୍ୟେକ ରାଜ୍ୟରେ ନିର୍ମଳ ବାୟୁ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହନ ଦିଆଯିବ।

-ଏହି ଯୋଜନା ଅଧିନରେ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଉପରେ ଅଧିକ ଗୁରୁତ୍ବ ଦିଆଯିବ।

-୨୦୨୧ ଜାନୁଆରି ୧ ତାରିଖରୁ ଭାରତ ପକ୍ଷରୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସ୍ବତନ୍ତ୍ର ଯୋଜନାର ଶୁଭାରମ୍ଭ କରାଯିବ ।

-ପରିବେଶର ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ୨୦ ଲକ୍ଷ କୃଷକଙ୍କୁ ସୌରଚାଳିତ ପମ୍ପ୍ ଦିଆଯିବ ।

-ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ ଏବଂ ପରିବେଶର ସୁରକ୍ଷା କରାଯିବ ।

Leave A Reply

Your email address will not be published.