Latest Odisha News

BREAKING NEWS

ବ୍ୟାଙ୍କ ଜମାକାରୀଙ୍କ ପାଇଁ ବଡ଼ ଘୋଷଣା: ୫ ଗୁଣ ବଢିଲା ଇନସ୍ୟୁରାନ୍ସ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ବ୍ୟାଙ୍କ ଜମାକାରୀଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ।

ପୂର୍ବରୁ ବ୍ୟାଙ୍କ ବୁଡିଗଲେ କିମ୍ବା ଦେବାଳିଆ ହୋଇଗଲେ ଏହାର ଖାତାଧାରକଙ୍କୁ ଇନସ୍ୟୁରାନ୍ସ ଗ୍ୟାରେଣ୍ଟି ଭାବେ ସର୍ବାଧିକ ୧ ଲକ୍ଷ ଟଙ୍କାର ଅର୍ଥରାଶି ସରକାରଙ୍କ ତରଫରୁ ମିଳୁଥିବା ବେଳେ ଚଳିତ ବଜେଟରେ ଏହାକୁ ୫ ଗୁଣ ବୃଦ୍ଧି କରାଯାଇଛି ।

ସଂସଦରେ ଉପସ୍ଥାପନା ହେଉଥିବା ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କରେ ଜମକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଘୋଷଣା କରିଛନ୍ତି ।

ସରକାରୀ ବ୍ୟାଙ୍କ ପାଇଁ ୩ ଲକ୍ଷ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ଇଂସ୍ୟୁରାନ୍ସ ଗ୍ୟାରେଂଟି ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଘୋଷଣା କରିଛନ୍ତି ।

ବିତ୍ତ ମନ୍ତ୍ରୀଙ୍କ ଘୋଷଣ ଅନୁସାରେ ଏଣିକି ବ୍ୟାଙ୍କରେ ଜମା ଟଙ୍କା ଉପରେ ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସ୍ୟୁରାନ୍ସ ଗ୍ୟାରେଣ୍ଟି ମିଳିବ ।

ଅର୍ଥାତ ଯଦି ବ୍ୟାଙ୍କ ଦେବାଳିଆ ହୋଇଯାଏ କିମ୍ବା ବୁଡିଯାଏ ତେବେ ଗ୍ରାହକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଫେରସ୍ତ କରାଯିବ ବୋଲି ବଜେଟରେ ଘୋଷଣା ହୋଇଛି ।

Leave A Reply

Your email address will not be published.