Latest Odisha News

BREAKING NEWS

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମାଗଣାରେ ଦେବ ୫ ଲକ୍ଷ ଟଙ୍କାର ଜମା ବୀମା, ବଜେଟରେ ବିତ୍ତମନ୍ତ୍ରୀ କରିଥିଲେ ଘୋଷଣା

 ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଜମା ବୀମା ପାଇଁ ସାଧାରଣ ଗ୍ରାହକଙ୍କ ଠାରୁ କୌଣସି ଚାର୍ଜ ନେବନାହିଁ | ଏହି ଭରସା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର ଚେୟାରମ୍ୟାନ ରଜନିଶ କୁମାର ଦେଇଛନ୍ତି | ଏହି ମାସ ଆରମ୍ଭ ରେ ଆଗତ ବଜେଟ ରେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ଜମା ବୀମା ଏକ ଲକ୍ଷ ସୀମା ବଢ଼ାଇ ପାଞ୍ଚ ଲକ୍ଷ ଟଙ୍କା କରିବାର ଘୋଷଣା କରିଥିଲେ | ସାଧାରଣ ଅର୍ଥରେ କଗିବାକୁ ଗଲେ, ଯଦି ବ୍ୟାଙ୍କ ଫେଲ ବା ଦେବାଳିଆ ହୋଇଯିବ ତାହାଲେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସରକାର ଫେରାଇବେ | ଆଗରୁ ଲାଗୁଥିଲା ଏହି ସୀମା ଏକ ଲକ୍ଷ ରୁ ପାଞ୍ଚ ଲକ୍ଷ କରିବା ଉପରେ ବ୍ୟାଙ୍କ ଗ୍ରାହକଙ୍କ ଠାରୁ ବୀମା ଚାର୍ଜ ଅସୁଲ କରିପାରେ |

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର ଚେୟାରମ୍ୟାନ କଲେ ସ୍ପଷ୍ଟ:

ଚେୟାରମ୍ୟାନ ରଜନିଶ କୁମାର ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ରେ ସ୍ପଷ୍ଟ କରିଥିଲେ ଯେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଜମା ବୀମା ପ୍ରିମୀୟମ ବଢ଼ାଇବା ଉପରେ ବ୍ୟାଙ୍କ ଗ୍ରାହକଙ୍କ ଠାରୁ କୌଣସି ଶୁଳ୍କ ନେବନାହିଁ |
ସେ କହିଲେ ଯେ ଏସବିଆଇ ପ୍ରଥମରୁହିଁ ଗ୍ରାହକଙ୍କ ଠାରୁ କୌଣସି ଶୁଳ୍କ ନେଉନଥିଲା ଓ ନା ଆଗକୁ କୌଣସି ଶୁଳ୍କ ନେବ | ସୂଚନା ଦେଇ କହିଲେ ଯେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଜମା ରାଶି ବୀମା ପାଇଁ  ୩,୦୦୦ କୋଟି ଟଙ୍କା ଭରଣା କରୁଛି | ଏବେ ଏହି ସୀମା ବଢ଼ାଗଲା ପରେ ୩୬,୦୦୦ କୋଟି ଟଙ୍କା ଭରଣା କରିବାକୁ ପଡିବ |
Leave A Reply

Your email address will not be published.