Latest Odisha News

BREAKING NEWS

ଓଡ଼ିଶାର ଶିକ୍ଷା ଉଦ୍ୟୋଗୀ ଡଃ ବିଜୟ ସାହୁଙ୍କୁ ମିଳିଲା ‘ଇଟି ନାଓ ବିଜିନେସ ଲିଡ଼ର୍ ଅଫ ଦି ଇୟର’ ଆୱାର୍ଡ଼

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଶିକ୍ଷା ଉଦ୍ୟୋଗୀ ତଥା ‘ସାଇ ଇଣ୍ଟରନ୍ୟାସନାଲ’ ଗ୍ରୁପର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁଙ୍କୁ ରବିବାର ଦିନ ମୁମ୍ବାଇ ଇକୋନୋମିକ୍ସ ଟାଇମ୍ସର ‘ଇଟି ନାଓ ବିଜିନେସ ଲିଡ଼ର୍ ଅଫ ଦି ଇୟର’ ଆୱାର୍ଡ଼’ ପ୍ରଦାନ କରାଯାଇଛି ।

ଖ୍ୟାତନାମା ଧର୍ମଗୁରୁ ଗୌର ଗୋପାଳ ଦାସ ଏହି ସମ୍ମାନ ଡଃ ସାହୁଙ୍କୁ ପ୍ରଦାନ କରିଛନ୍ତି । ଶିକ୍ଷା ଓ ଉଦ୍ୟୋଗକୁ ଭିତ୍ତି କରି ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହାବ୍ୟତୀତ ଇନଫୋସିସ, ବାୟିଜୁ, ୟୁଏନଏକାଡ଼େମୀ ଏବଂ ଡ଼ାଲମିୟା ପରି ଉଦ୍ୟୋଗ ଗୁଡ଼ିକ ମଧ୍ୟ ଏହି ପୁରସ୍କାର ହାସଲ କରିଛନ୍ତି । ସମଗ୍ର ଭାରତର ୨୦୦୦ଟି ଶିକ୍ଷା ଉଦ୍ୟୋଗ ଅନ୍ତିମ ପର୍ଯ୍ୟାୟ ଲାଗି ମନୋନୀତ ହୋଇଥିଲେ ।

“ଜଣେ ସଫଳ ଉଦ୍ୟୋଗୀ ଭାବେ ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ହାସଲ କରିଥିବା ଡଃ ସାହୁ ଏହି ସମ୍ମାନ ପାଇବାକୁ ଯୋଗ୍ୟତମ ବ୍ୟକ୍ତିତ୍ୱ । ଶିକ୍ଷା-ଉଦ୍ୟୋଗ କ୍ଷେତ୍ରରେ ତାଙ୍କର ଅନସ୍ୱୀକାର୍ଯ୍ୟ ଅବଦାନ ଯୋଗୁଁ ପୂର୍ବ ଭାରତର ଗୁଣାତ୍ମକମାନ ଶିକ୍ଷା ପଦ୍ଧତିରେ ବିକାଶ ଘଟିଛି । ଜଣେ କିମ୍ବଦନ୍ତୀୟ ଶିିକ୍ଷାବିତ ଭାବେ ତାଙ୍କର ପରାମର୍ଶ ଆଗାମୀ ଦିନରେ ସମସ୍ତଙ୍କୁ ପ୍ରେରଣା ଯୋଗାଇବ,” ଏହା କହିଛନ୍ତି ଇକୋନୋମିକ୍ସ ଟାଇମ୍ସ ଜୁରୀର ଚେୟାରମ୍ୟାନ ଡଃ ଭାଟିଆ ।

ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବା ଅବସରରେ ଡଃ ସାହୁ ଇକୋନୋମିକ୍ସ ଟାଇମ୍ସ ନାଓ, ସାଇ ଇଣ୍ଟରନ୍ୟାସନାଲ୍ ଗ୍ରୁପର ସମସ୍ତ ଷ୍ଟାଫ ଏବଂ ଛାତ୍ରଛାତ୍ରୀମାନଙ୍କ୍‌ୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.