Latest Odisha News

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟ ଏବଂ ବିଧାନସଭା ଥିବା କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ ବଜେଟ ଆଲୋଚନା କରିଛନ୍ତି ।

BjdElectrycity

ଏହି ବୈଠକରେ ଗୋଆ, ହରିୟାଣା ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିହାର, ଦିଲ୍ଲୀ, ତାମିଲନାଡ଼ୁ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ୧୭ଟି ରାଜ୍ୟର ଅର୍ଥମନ୍ତ୍ରୀ ଓ ଅଧିକାରୀମାନେ ଯୋଗ ଦେଇଥିଲେ । ଏହାଛଡ଼ା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ‘ସହଯୋଗୀ ସଂଘବାଦ’ ନୀତି ଏବଂ ଅର୍ଥବ୍ୟବସ୍ଥାର ସୁଧାର ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମତୀ ସୀତାରମଣ ଆଲୋକପାତ କରିଥିଲେ ।

ମତବ୍ୟକ୍ତ କରିବା ଲାଗି ମିଳିଥିବା ସୁଯୋଗକୁ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ସ୍ୱାଗତ ଜଣାଇବା ସହିତ ଅଭିବୃଦ୍ଧି, ନିବେଶ, ସମ୍ବଳ ଆବଶ୍ୟକତା ଓ ଆର୍ଥିକ ନୀତି ସମ୍ପର୍କରେ ପରାମର୍ଶ ଦେଇଥିଲେ । ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଲାଗି ଜରୁରି ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଅର୍ଥମନ୍ତ୍ରୀ ସ୍ୱାଗତ କରିଥିଲେ । ଏଥିସହିତ ସେମାନେ ଦେଇଥିବା ପ୍ରସ୍ତାବକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ ।

Leave A Reply

Your email address will not be published.