Latest Odisha News

ଅମ୍ଫାନ ପ୍ରଭାବ: ଭଦ୍ରକରେ କାନ୍ଥ ପଡ଼ି ୩ ମାସର ଶିଶୁପୁତ୍ର ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମଙ୍ଗଳବାର ରାତିରେ ଘର କାନ୍ଥ ଭୁଷୁଡ଼ି ପଡ଼ିବା ଯୋଗୁଁ ଜଣେ ୩ ମାସ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି ।

ଅଧିକ ପଢନ୍ତୁ: ଅମ୍ଫାନ ସତର୍କତା: ଆଗାମୀ ୬ ରୁ ୮ ଘଣ୍ଟା ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ମିଳିଥିବା ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କାଁପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣପରୀ ଗ୍ରାମରେ ଜଣେ ମହିଳା ତାଙ୍କ ଶିଶୁପୁତ୍ରକୁ ଧରି ନିଜ କଚ୍ଚା ଘରେ ରାତିରେ ଶୋଇଥିବା ବେଳେ ପବନ ଯୋଗୁଁ କାନ୍ଥ ପଡ଼ିଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏହି କାନ୍ଥ ଭୁଷୁଡ଼ି ପଡ଼ିଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ: ଅମ୍ଫାନ ପ୍ରଭାବ: ପାରାଦୀପରେ ୧୦୦ କିମି ଅତିକ୍ରମ କଲା ପବନର ବେଗ

ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣକ ଆହତ ହୋଇଛନ୍ତି ।

ଗତରାତିରୁ ବାତ୍ୟା ଅମ୍ଫାନ ଯୋଗୁଁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି ।

Leave A Reply

Your email address will not be published.