Latest Odisha News

ଜୁନ୍ ୧୭ରେ ଓଡ଼ିଶା ଆସିବେନି ଅମିତ୍ ଶାହ, ଦ୍ୱିତୀୟ ଥର ପାଇଁ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ଏବେ ଓଡ଼ିଶା ଆସିବେ ନାହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ମୁହାଁ ହୋଇଥିବା ବେଳେ ଆସନ୍ତାକାଲି ଉପକୂଳ ଛୁଇଁବ । ବାତ୍ୟା ଉପରେ କେନ୍ଦ୍ର ସରକାର ତୀକ୍ଷଣ ନଜର ରଖିବା ସହ ମନିଟରିଂ କରୁଛନ୍ତି । ତେଣୁ ଆସନ୍ତା ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।

୧୭ ତାରିଖରେ ଅମିତ୍ ଶାହ ଢେଙ୍କାନାଳ ସହ ସାଲେପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ଏବେ ଗସ୍ତକୁ ସ୍ଥଗିତ ରଖାଯାଇଥିବା ବେଳେ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ । ବାତ୍ୟା ‘ବିପର୍ଯ୍ୟୟ’ ପରେ ପୁଣି ଥରେ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଏଥିସହ ପଢ଼ନ୍ତୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ସ୍ଥଗିତ

ତେବେ, ଆସନ୍ତା ୨୨ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟ ଜେପି ନଡ୍ଡା କଳାହାଣ୍ଡି ଆସିବେ । ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନଥିବା କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଅମିତ ଶାହ ପୁଣି କେବେ ଓଡ଼ିଶା ଆସିବେ ସେନେଇ ତାରିଖ ସ୍ଥିର ପରେ ଜଣାଇ ଦିଆଯିବ ବୋଲି କହିଛନ୍ତି ବିଜେପି ନେତା ।

ଏହା ପୂର୍ବରୁ ମଧ୍ୟ ଗତ ମାର୍ଚ୍ଚ ୨୬ରେ ଅମିତ ଶାହ ଭଦ୍ରକ ଆସିବାର ଥିଲା । ସେତେବେଳେ ମଧ୍ୟ ଶାହଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଥିଲା । ଏବେ ପୁଣି ଥରେ ଦ୍ୱିତୀୟ ଥର ପାଇଁ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ସ୍ଥଗିତ ହୋଇଛି ।

Comments are closed.