Latest Odisha News

BREAKING NEWS

ସୁପ୍ରିମ ରିଲିଫ :ପଦରେ ରହିପାରିବେ ଗାଙ୍ଗୁଲି, ଶାହ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ଜୟ ଶାହାଙ୍କୁ ଆଜି ମିଳିଛି ସୁପ୍ରିମ ରିଲିଫ । ସୁପ୍ରିମକୋର୍ଟ କୁଲିଂ ଅଫ ପିରୟଡ ସହ ଜଡିତ ସମ୍ବିଧାନରେ ସଂଶୋଧନ କରିବା ପାଇଁ ମଂଜୁରୀ ପ୍ରଦାନ କରିଛି । ଫଳରେ ଗାଙ୍ଗୁଲି ଓ ଶାହ ତାଙ୍କ ପଦ ବଜାୟ ରଖିପାରିବେ । ପୂର୍ବରୁ ବିସିସିଆଇ ସୁପ୍ରିମକୋର୍ଟଙ୍କ ନିକଟରେ ତାଙ୍କ ଅଧିକାରୀଙ୍କୁ ୨ଟି କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ରାଜ୍ୟ କ୍ରିକେଟ ସଂଘରେ ୩ ବର୍ଷର କୁଲିଂ ଅଫ ପିରିୟଡ ଲାଗୁ କରାଯାଇଥିବାରୁ ବିସିସିଆଇଙ୍କୁ ସେମାନଙ୍କ ପ୍ରମୋଶନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଏହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ, ଗୋଟିଏ କାର୍ଯ୍ୟକାଳ ପରେ କୁଲିଂ ଅଫ ପିରିୟଡର ଆବଶ୍ୟକତା ନାହିଁ ମାତ୍ର ୨ଟି କାର୍ଯ୍ୟକାଳ ପରେ ଏହାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, ୨୦୧୮ରେ ବିସିସିଆଇ ନୂତନ ନିୟମ ଲାଗୁ କରିଥିଲା । ଏହା ଅନୁସାରେ କୌଣସି ଅଧିକାରୀ ରାଜ୍ୟ କିମ୍ବା ବିସିସିଆଇସ୍ତରରେ ୨ଟି କାର୍ଯ୍ୟକାଳ ପୂରଣ କରିବା ପରେ ୩ ବର୍ଷ କୁଲିଂ ପରିୟଡ ପୂର୍ଣ୍ଣ କରିବାକୁ ହେବ । ଏହି ନିୟମ ଅନୁସାରେ ୬ ବର୍ଷ ପରେ ବ୍ୟକ୍ତିଜଣଙ୍କ ସ୍ୱତଃ ନିର୍ବାଚନ ପ୍ରକ୍ରିୟାରୁ ବାଦ ପଡିବ ।

Leave A Reply

Your email address will not be published.