Latest Odisha News

ରାଜ୍ୟ ସରକାରଙ୍କ ଫଣ୍ଡା କ୍ଲିୟର ନାହିଁ, ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି- ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଫଣ୍ଡା କ୍ଲିୟର ନାହିଁ । ସେ ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।୨ ହଜାର ହେକ୍ଟର ଜମି ଜଳସେଚନ ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଆବଶ୍ୟକତା ନାହିଁ । ଛତିଶଗଡ ସରକାରଙ୍କ ପରି ଯଦି ମହାନଦୀରେ ଛାେଟ ଛୋଟ ବ୍ୟାରେଜ କରିପାରିଥାନ୍ତିେ ତା ହେଲେ ଆଜି ଏପରି ସମସ୍ୟା ସୃଷ୍ଟି ହୋଇ ନ ଥାନ୍ତା । ହେଲେ ରାଜ୍ୟ ସରକାରଙ୍କର ଏଥିପାଇଁ ଆନ୍ତରିକତା ନାହିଁ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମହାନଦୀ ସମସ୍ୟାର ସମାଧାନ କରିବା ନେଇ ରାଜ୍ୟ ସରକାରଙ୍କର କୌଣସି ଆନ୍ତରିକତା ନାହିଁ । ଦେଢ ବର୍ଷ ଧରି ସେ ଜଳଶକ୍ତି ମନ୍ତ୍ରୀ ଥିଲେ ହେଁ ରାଜ୍ୟ ସରକାର ଥରେ ତାଙ୍କ ସହ ଆଲୋଚନା କରିନାହାନ୍ତି । ଏବେ ନିର୍ବାଚନ ଆସିବାରୁ ମହାନଦୀ କଥା ରାଜ୍ୟ ସରକାରଙ୍କ ମନେ ପଡୁଛି ବୋଲି ସେ କହିଛନ୍ତି । ଯଦି ଏହାର ସମାଧାନ କରିବାକୁ ପ୍ରକୃତରେ ଚାହୁଁଥାନ୍ତେ ତେବେ ଛୋଟ ଛୋଟ ବ୍ୟାରେଜ ନିର୍ମାଣ କରି ରାଜ୍ୟ ସରକାର ସମାଧାନ କରି ପାରିଥାନ୍ତେ ।

କେନ୍ଦ୍ରମନ୍ତ୍ରୀ  ମହାନଦୀ ଟ୍ରିବ୍ୟନାଲ ସମେତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବୟାନ ଏବଂ ଓଡ଼ିଶା ସରକାରଙ୍କ ମନମୁଖି କାମକୁ ଟାର୍ଗେଟ କରିଛନ୍ତି ।  ମହାନଦୀକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓଡ଼ିଶା ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଓଡ଼ିଶାର ନୀତି ଯୋଗୁ ଛତିଶଗଡ଼ରେ ବନ୍ଧ, ବ୍ୟାରେଜ୍ ନିର୍ମାଣ ଅଟକି ରହିଛି । ନଦୀର ଅଧିକାଂଶ ପାଣି ଓଡ଼ିଶାକୁ ଯାଉଥିବା ସତ୍ୱେ  ଓଡ଼ିଶା ମହାନଦୀ ଟ୍ରିଇବୁନାଲକୁ ଯାଇଛି । ଏଥିଯୋଗୁଁ ଏକାଧିକ ପ୍ରକଳ୍ପ ଅଟକି ରହିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି  । ଭୂପେଶ କହିଥିଲେ, ଛତିଶଗଡ଼ରେ କୌଣସି ବନ୍ଧ ନାହିଁ, ୭ଟି ବ୍ୟାରେଜ୍ ନିର୍ମାଣ ହୋଇଛି ।

ସେପଟେ ମହାନଦୀ ଟ୍ରିବ୍ୟୁନାଲ ଟିମର ୫୦ ଜଣିଆ ଏକ ଟିମ  କ୍ଷେତ୍ର ପରିଦର୍ଶନରେ ଯାଇଛନ୍ତି । ଏହି ଟିମ୍ ମହାନଦୀର ଉତ୍ପତିସ୍ଥଳ ଫାରସିଆ ଯାଇ ଅନୁଧ୍ୟାନ ଆରମ୍ଭ କରିବେ । ସୋନ୍ଦୁର ଡ୍ୟାମ୍ ଓ ରବିଶଙ୍କର ସାଗର ଜଳଭଣ୍ଡାରକୁ ବୁଲି ଦେଖିବେ । ସେହିପରି ଗୁରୁବାର ମହାନଦୀ ଅବବାହିକା ଅଞ୍ଚଳର ମୁରୁମୁସୁଲି ଡ୍ୟାମ୍ ଅଞ୍ଚଳ ଦଧୁଆ ଡ୍ୟାମ୍ ଅଞ୍ଚଳ ଏବଂ ନ୍ୟୁରୁଦ୍ରି ବ୍ୟାରେଜକୁ ଯାଇ ଅନୁଧ୍ୟାନ କରିବେ ବୋଲି ଜଣାଯାଇଛି  ।

Leave A Reply

Your email address will not be published.