Latest Odisha News

ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ର ସୁଟିଂ

ମାଲକାନଗିରି: ସ୍ଵାଭିମାନ ଅଞ୍ଚଳରେ ପୁଷ୍ଟା ଟିମ୍ । ଆରମ୍ଭ ହେଲା ସୁଟିଂ ।   ସାଉଥ ଫିଲ୍ମ ପୁଷ୍ପା ପାର୍ଟ୍ -୨ ର ସୁଟିଂ ମାଲକାନଗିରିରେ ଆରମ୍ଭ ହୋଇଛି ।   ଆନ୍ଧ୍ର ଓଡିଶା ସୀମାନ୍ତ ତରାବୁ ଜଳପ୍ରପାତ ନିକଟରେ ପୁଷ୍ପାର ଏକ ଟିମ ଗତକାଲି  ପହଞ୍ଚି ଏକ ଜଙ୍ଗଲି ସେଟ୍ ଅପ୍ ତିଆରି କରିବା ପରେ ସୁଟିଂ ଆରମ୍ଭ କରିଛନ୍ତି ।

ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ମିଳିବା ପରେ ପ୍ରଜୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପ-୨ ଚଳଚ୍ଚିତ୍ରର କିଛି ଅଂଶ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସୁଟିଂ କରାଯିବ ।  ଚଳଚ୍ଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକ ମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଗୁରୁପ୍ରିୟା ସେତୁ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତି ।

ଏନେଇ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରାମ୍ୟାନ ଦେବରାଜ ପ୍ରମୁଖ ଗତକାଲି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଲେଖିଥିଲେ । ଆସନ୍ତା ମେ’ ମାସ ପ୍ରଥମ ସପ୍ତାହରେ ଏହାର ପରବର୍ତ୍ତୀ  ସୁଟିଂ କରାଯିବ ।

୩୫୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମାଣ ହେଉଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଆଲୁ ଅର୍ଜୁନ  ।  ମାଲକାନଗିରିରେ ଫିଲ୍ମର ସୁଟିଂ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି ।

ନିକଟରେ ‘ପୁଷ୍ପା-୨’ର ପୋଷ୍ଟର ଓ ଟିଜର୍ ରିଲିଜ୍ ହୋଇଥିଲା । ପୋଷ୍ଟର ଓ ଟିଜରକୁ ବେଶ୍ ଦର୍ଶକୀୟ ଆଦୃତି ମିଳିଛି । ପୋଷ୍ଟରରେ ଅଲ୍ଲୁ ଅର୍ଜୁନ ଶାଢ଼ି ସହ ଗହଣା ପିନ୍ଧିଥିବା ନଜର ଆସିଥିଲେ । ‘ପୁଷ୍ପା-୨’ ୨୦୨୪ରେ ରିଲିଜ୍ ହେବ ବୋଲି ଆଶା କରାଯାଉଛି ।

 

Leave A Reply

Your email address will not be published.