Latest Odisha News

BREAKING NEWS

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର, ଶହେ କୋଟି ପ୍ରକଳ୍ପର ଶିଳନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ: ପୁରୀ ସଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ଏଥିପାଁଇ ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ନତିକରଣ ନେଇ ୧୦୦ କୋଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୋମ ଯଜ୍ଞରେ ଆହୁତି ଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଶିକ୍ଷାମନ୍ତ୍ରୀ । ତାଳବଣିଆ ଠାରେ ୧୦ ଏକର ଜମିରେ ନିର୍ମାଣ ହେବ ଏହି ସମସ୍ତ କୋଠା ।

ସେଥିରେ ୮ ମହଲା ବିଶିଷ୍ଟ ପ୍ରାଶାସନିକ ଓ ଶୈକ୍ଷିକ ଭବନ, ୫ ମହଲା ବିଶିଷ୍ଟ ଓ ୩୦୦ କ୍ଷମତା ସମ୍ପନ୍ନ ମହିଳା ଛାତ୍ରାବାସ ଓ ୩୦୦ ଜଣ କ୍ଷମତା ସମ୍ପନ୍ନ ପୁରୁଷ ଛାତ୍ରାବାସ ସହ ୫ ମହଲା ବିଶିଷ୍ଟ ଅତିଥି ଭବନର ଶିଳାନ୍ୟାସ ହୋଇଛି ।

ଏହାସହ ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଦ୍ୱାରା ଅନୁବାଦିତ ଲକ୍ଷ୍ମୀ ପୁରାଣର ସଂସ୍କୃତ ସଙ୍କଳନକୁ ଉନ୍ମୋଚନ କରିଛନ୍ତି ମନ୍ତ୍ରୀ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପଣ୍ଡିତ ସଦାଶିବ ରଥଶର୍ମା ଓ ଆଚାର୍ଯ୍ୟ ହରିହର ୧୫୮ ବର୍ଷ ପୂର୍ବେ ସସ୍କୃତ ଭାଷାର ଟୋଲ୍ ତିଆରି କରି ଏହାର ମୂଳଦୁଆ ପକାଇଥିଲେ । ମାଆ ମହାଲକ୍ଷ୍ମୀଙ୍କର ମହିମା ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଞ୍ଚିବା ସହ ନାରୀ ସଶକ୍ତିକରଣ ଏବଂ ପ୍ରଗତିର ବାର୍ତ୍ତା ବହନ କରିବ । ଲକ୍ଷ୍ମୀ ପୁରାଣ ସମସ୍ତ ଭାଷାରେ କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଜାତି ପ୍ରଥାରୁ ଉର୍ଦ୍ଧ୍ୱରୁ ଉଠି ଏକ ସୁସ୍ଥ ସବଳ ସମାଜ ଗଠନ ପାଇଁ ସେମିନାରରେ ଆଲୋଚନା ହେବ । ଭକ୍ତି, ଆରାଧନା,ଉପାସନା ଓ ପ୍ରାର୍ଥନା ମାଧ୍ୟମରେ ସମାଜରେ ଶୃଙ୍ଖଳା କିପରି ଆସିପାରିବ ସେନେଇ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ‘ନାରୀ ସଶକ୍ତିକରଣ’ ।

Leave A Reply

Your email address will not be published.