Latest Odisha News

BREAKING NEWS

ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମରେ ପୁନର୍ବାର ଏକତ୍ର ଅଭିନୟ କରିବେ କଙ୍ଗନା-ମାଧବନ

ମୁମ୍ବାଇ: ତନୁ ୱେଡ୍ସ ମନୁ ଯୋଡି କଙ୍ଗନା ରାନାୱତ ଓ ଆର ମାଧବନ ପୁନର୍ବାର ଆଉ ଏକ ପ୍ୟାନ ଇଣ୍ଡିଆ ଫିଲ୍ମରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । କୁଇନ କଙ୍ଗନା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ବିଜୟ ଦେବେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଧରଣର ଥ୍ରୀଲର ହୋଇଥିବାରୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ସେ ଆଶା ବ୍ୟକ୍ତ କରିିଛନ୍ତି । ଖୁବ ଶୀଘ୍ର ଫିଲ୍ମର ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯିବ । ମାଧବନ ଓ କଙ୍ଗନା ତନୁ ୱେଡସ ମନୁ ଓ ତନୁ ୱେଡସ ମନୁ ରିଟର୍ଣ୍ଣସରେ ଏକତ୍ର ଅଭିନୟ କରିଛନ୍ତି । ୨ଟି ଯାକ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।

ନିକଟରେ କଙ୍ଗନାଙ୍କ ତେଜସ ଓ ଚନ୍ଦ୍ରମୂଖୀ ଫିଲ୍ମ ବକ୍ସ ଅଫିସରେ ସେଭଳି କିଛି କମାଲ କରିପାରି ନ ଥିଲା । କଙ୍ଗନା ଏବେ ଏର୍ମଜେନ୍ସି ଫିଲ୍ମର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ସେହିପରି ମାଧବନ ନିର୍ଦ୍ଦେଶକ ବିକାଶ ବହଲଙ୍କ ଆଗାମୀ ଥ୍ରୀଲର ଫିଲ୍ମରେ ଅଜୟ ଦେବଗାନଙ୍କ ସହ ଅଭିନୟ କରୁଛନ୍ତି । ଫିଲ୍ମର ମହୂରତ ସମୟରେ ରଜନୀକାନ୍ତ ହାଜର ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ ।

Leave A Reply

Your email address will not be published.